www.samajalive.in
Monday, December 15, 2025
17.1 C
Bhubaneswar

ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ

ବୌଦ୍ଧ: ସାମାଜିକ ବିଧି ବ୍ୟବସ୍ଥାରେ ଭାଇ ଭଉଣୀର ସଂପର୍କ ସବୁଠାରୁ ପବିତ୍ର ବୋଲି କୁହାଯାଏ। ପ୍ରତ୍ୟେକ ଭାଇ ନିଜ ଭଉଣୀ କିପରି ସୁଖରେ ରହିବ ସେହି କାମନା କରିଥାନ୍ତି। କିନ୍ତୁ ନିଜ ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହେବା ଭଳି ଏକ ଅଭାବନୀୟ ଘଟଣା ରବିବାର ଦିନ ବୌଦ୍ଧରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ ୨୦୨୧ ମସିହାରେ ବୌଦ୍ଧ ରାଜନପାଲିର ପାର୍ଥ ସାରଥି ମହାନ୍ତି (ଗୁଙ୍ଗଲ)ଙ୍କ ଶରୀର ଗୁରୁତର ଅସୁସ୍ଥ ଯୋଗୁଁ ସେ କଟକ ଯାଇ ଚିକିତ୍ସିତ ହେଉଥିଲେ। ଏହି ସମୟରେ ପାର୍ଥଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ସେବା ଶୁଶ୍ରୁଷା ପାଇଁ କଟକରେ ରହିବା ସହିତ ଭାଇ ସୌରଭ ପଟ୍ଟନାୟକଙ୍କୁ ଘର ଜଗାଇଥିଲେ।

କଟକରେ ପାର୍ଥଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତେବେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ। ଏପଟେ ଘର ଜଗିଥିବା ପାର୍ଥଙ୍କ ଶଳା ସୌରଭ ଭିଣୋଇ ଆଉ ସୁସ୍ଥ ହୋଇ ଫେରିବେ ନାହିଁ ବୋଲି ଘରର ସମସ୍ତ ମୂଲ୍ୟବାନ ସାମଗ୍ରୀ ସହିତ ସୁନା ଅଳଙ୍କାର ସବୁ ବିଭିନ୍ନ ଲୋକଙ୍କୁ ବିକ୍ରୟ କରିଦେଇଥିଲେ। କିନ୍ତୁ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ପାର୍ଥ କଟକରୁ ସୁସ୍ଥ ହୋଇ ଗତ ୦୫.୧୨.୨୦୨୧ ତାରିଖ ଦିନ ଘରକୁ ଫେରିବା ପରେ ଶାଳକ ସୌରଭ ଭିଣୋଇ ଘରେ କଳାକନା ବୁଲାଇ ଫେରାର ହୋଇ ଯାଇଥିଲେ। ଘରେ କୌଣସି ମୂଲ୍ୟବାନ ସାମଗ୍ରୀ ସହିତ ପତ୍ନୀଙ୍କ ସୂନା ଅଳଙ୍କାର ସବୁ ନଥିବା ଦେଖି ପାର୍ଥ ଏନେଇ ଶାଳକ ସୌରଭ ପଟ୍ଟନାୟକଙ୍କ ନାମରେ ଥାନାରେ ଲିଖିତ ଭାବରେ ଏତାଲା ପ୍ରଦାନ କରିଥିଲେ। ଘରର ଜିନିଷ ପତ୍ର, ସୁନା ଗହଣା ଓ ଏକ ବୁଲେଟ ମୋଟର ସାଇକେଲକୁ ମଧ୍ୟ ଶାଳକ ସୌରଭ ବିକ୍ରୟ କରିଦେଇଥିଲେ। ନିଜର ବୁଲେଟକୁ ପାର୍ଥ ସହରର ଜଣେ ଯୁବକଙ୍କ ପାଖରେ ଠାବ କରି ଫେରାଇ ଦେବାକୁ କହିବାପରେ ସେ କୁଆଡେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ।

- Advertisement -

ନିଜର ଚୋରୀ ସାମଗ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ନିକଟରୁ କୌଣସି ପ୍ରକାର ସହଯୋଗ ନପାଇ ଶେଷରେ ପାର୍ଥ ଗତ ୨୩.୧୨.୨୦୨୧ରେ ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ଏକ କଂମ୍ପେ୍ଲନ କେସ ୧୫/୨୧ରେ ଦାଖଲ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୩୨୭/୨୧ରେ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହି ମାମଲାଟି ବୌଦ୍ଧ ପୁଲିସର ସୀତଲା ଭଣ୍ଡାରରେ ପଡ଼ି ରହିଥିଲା। ଭଉଣୀ ଘରେ କଳାକନା ବୁଲାଇ ସୌରଭ ଫେରାର ହେବାପରେ ଆଉ ନିଜ ଘରକୁ ନଯାଇ ଫେରାର ହୋଇଯାଇଥିଲା। ଦୁଇଦିନ ତଳେ ସୌରଭକୁ କଟକ ବାଦାମବାଡି ନିକଟରେ ଜଣେ ଫଳ ଦୋକାନୀ ଚିହ୍ନଟ କରି କଟକରେ ରହୁଥିବା ତାଙ୍କ ପିତାଙ୍କୁ ସୂଚନା ଦେଇଥିଲା। ସୌରଭଙ୍କ ପିତା ଓ କାକା ତୁରନ୍ତ ସେଠାରେ ପହଞ୍ଚି ସୌରଭକୁ ଧରିବା ସହିତ କଟକରେ ପୁଲିସର ଜିମା ଦେଇଥିଲେ। ଏହି ସୂଚନା ପାର୍ଥଙ୍କ ନିକଟରେ ପହଞ୍ଚିବା ପରେ ସେ ବୌଦ୍ଧ ପୋଲିସ ସହାୟତାରେ ସୌରଭକୁ କଟକ ପୁଲିସ ନିକଟରୁ ବୌଦ୍ଧ ଅଣାଯାଇଥିଲା।

ଏଠାରେ ପଚରା ଉଚୁରାପରେ ସୌରଭ ଚୋରୀ ସାମଗ୍ରୀ ପଲାଶ ଗ୍ରାମର ମାନଭଞ୍ଜନ ସାହୁ ଓ ପୁରୁଣାକଟକ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ବୌଦ୍ଧ ଖଲିଆବଗିଚାର ସୁରେଶ ଯୋଷୀଙ୍କୁ ବିକ୍ରି କରିଥିବା ପ୍ରକାଶ କରିଥିଲା। ପୁଲିସ ତୁରନ୍ତ ଚୋରୀ ସାମଗ୍ରୀ କିଣିଥିବା ଉଭୟ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ଅଳଙ୍କାର ବ୍ୟବସାୟ କରୁଥିବା ମାନ ଭଞ୍ଜନଙ୍କ ନିକଟରୁ ଏକ ସୁନା ଚେନ ଓ ସୁରେଶଙ୍କ ନିକଟରୁ ଏକ ମଙ୍ଗଳସୁତ୍ର, ୬ ଗୋଟି ମୁଦି ଓ ଗୋଟିଏ କାନଫୁଲ ପୁଲିସ ଉଦ୍ଧାର କରି ପାର୍ଥସାରଥୀ ମହାନ୍ତିଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। କିନ୍ତୁ ଚୋର ଓ ଚୋରୀ ସାମଗ୍ରୀ କିଣିଥିବା ଉଭୟ ବ୍ୟକ୍ତି ଆଇନ ଆଖିରେ ସମାନ ଦୋଷୀ ହୋଇଥିଲେ ମଧ୍ୟ ବୌଦ୍ଧ ପୁଲିସ ପକ୍ଷରୁ ଚୋରୀ ସାମଗ୍ରୀ ଉଦ୍ଧାର ପରେ ଦୁଇଜଣକୁ ଥାନାରୁ ଛାଡିଦେଇ କେବଳ ସୌରଭକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ତେବେ ଭିଣୋଇ ଚିକିତ୍ସିତ ହେଉଥିବା ବେଳେ ଭଉଣୀ ଘରେ କଳାକନା ବୁଲାଇ ଫେରାର ହୋଇଯାଇଥିବା ଶାଳକ ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ବୌଦ୍ଧରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories