www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧଜିଲା କଂଗ୍ରେସ ପକ୍ଷରୁ ନବ ସଂକଳ୍ପ ଶିବିର

ବୌଦ୍ଧ: ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଦିନିକିଆ ନବ ସଂକଳ୍ପ ଶିବିର ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ନର୍ସରୀଠାରେ ଆୟୋଜିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସଂକଳ୍ପ ଶିବିରରେ ଜିଲାରେ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ରଣନିତି ପ୍ରସ୍ତୁତ କରାଯିବା ସହିତ ପୂରାତନ ଛାମୁଆଁ ନେତା ଓ ଦଳୀୟ କର୍ମୀମାନଙ୍କୁ ଏକଜୁଟ କରି ଭବିଷ୍ୟତ ପାଇଁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଶିବିରରେ ଜିଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାପରେ ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇ ସଂକଳ୍ପ ଶିବିର ଆରମ୍ଭ କରାଯାଇଥିଲା। ଜିଲା ସଭାପତି ଶ୍ରୀ ମିଶ୍ର ସଂକଳ୍ପ ଶିବିର ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହିତ କଂଗ୍ରେସ ସରକାର ସମୟରେ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ଓ ବିଭିନ୍ନ ଆଇନ ସଂପର୍କରେ ପ୍ରକାଶ କରିଥିଲେ। କଂଗ୍ରେସ ସରକାର ଦ୍ୱାରା ଆଗତ ବିଶ୍ୱ ମୁକ୍ତ ଅର୍ଥନିତୀ ପ୍ରଚଳନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀମିଶ୍ର ପ୍ରକାଶ କରିବା ସହିତ ଏହାଦ୍ୱାରା ନୂତନ ଭାରତ ଗଠନର ମୂଳଦୁଆ ପଡ଼ିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲେ।

କଂଗ୍ରେସ ସରକାର ଦ୍ୱାରା ପ୍ରତ୍ୟେକ ନାଗରିକର ଅଧିକାର ଅଧିକ ସୁଦୃଢ ହେବା ସହିତ ଖାଦ୍ୟପ୍ରାପ୍ତି ଅଧିକାର, କାମ କରିବା ଅଧିକାର, ଶିକ୍ଷାପ୍ରାପ୍ତି ଅଧିକାର, ସୂଚନା ଅଧିକାର, ବନବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର, ଦଳିତ ବର୍ଗର ଅଧିକାର, ଚାଷୀମାନଙ୍କୁ ଅଧିକାର ଆଦି ଯୁଗାନ୍ତକାରୀ ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଅଛେଦିନର ଡାକରା ଦେଇ କ୍ଷମତା ଦଖଲ କରିଥିବା ଏନଡିଏ ମେଣ୍ଟ ସରକାରର ବିମୁଦ୍ରାୟନ ଘୋଷଣା, ବେକାରୀ ସମସ୍ୟା ବୃଦ୍ଧି, ସାଂପ୍ରଦାୟିକ ଭେଦଭାବ ଉତ୍ପନ୍ନ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିମ୍ନଗାମୀ ହେବା, ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଥିବା ବେଳେ ଦେଶ ବର୍ତମାନ ଅସାଧାରଣ ଦୁର୍ଗତି ଭିତରେ ଗତି କରୁଛି ବୋଲି ଶିବରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ତେଣୁ ବର୍ତମାନ ପରିସ୍ଥିତିରେ କଂଗ୍ରେସ ଦଳର କର୍ମକର୍ତ୍ତା ଓ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ କ୍ଷମତାରେ ରହିଥିବା ସରକାରର ବିଭେଦକାରୀ ହୀନ ଉଦ୍ଦେଶ୍ୟ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିପାରିଲେ କଂଗ୍ରେସ ଦଳ ପୁନର୍ବାର ତାର ହୃତଗୌରବ ଫେରିପାଇବ ଓ ଏହି ନବ ସଂକଳ୍ପ ଶିବିରର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

- Advertisement -

ଏହି ଶିବିରରେ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଭାବରେ ପୂର୍ବତନ କନ୍ଧମାଳ ସାଂସଦ ରାଧାକାନ୍ତ ଦିଗାଲ, ଆରଜିପିଆରଏସ ରାଜ୍ୟ ସଂଯୋଜକ ତଥା ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ନାରାୟଣ ପ୍ରସାଦ ପରିଜା, କେଶବ କ୍ଷେତି, ପଙ୍କଜ କର୍ଣ୍ଣ, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ଜିଲା କଂଗ୍ରେସ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର, ଉମେଶ ପ୍ରସାଦ ତ୍ରିପାଠୀ, ଗଣେଶ ପ୍ରସାଦ ଅଗ୍ରୱାଲା, ଉଛେଇ ବାରିକ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହିତ ଏହି ଶିବିରରେ ରାଜନୈତିକ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ଆର୍ଥିକ, ସାଂଗଠନିକ, କୃଷି ଓ କୃଷକ, ଯୁବଶକ୍ତି ସଶକ୍ତିକରଣ ପାଇଁ କମିଟି ଗଠନ କରାଯାଇ ସରୋଜ କୁମାର ପ୍ରଧାନ, କବିତା ମହାକୁଳ, ଉଦୟନାଥ ଶର୍ମା, ଉମେଶ ତ୍ରିପାଠୀ, ପ୍ରଶାନ୍ତ ସାହୁ ଓ ଶାନ୍ତନୁ ମହାପାତ୍ର ପ୍ରମୁଖଙ୍କୁ ଏହି କମିଟି ଗୁଡିକର ଦାୟିତ୍ୱ ପ୍ରଦାନ ପାଇଁ ମନୋନିତ କରାଯାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories