www.samajalive.in
Sunday, December 14, 2025
26.1 C
Bhubaneswar

କୁଲତା ସମାଜର ସପ୍ତମ ଜିଲାସ୍ତରୀୟ ମହାସଭା

ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରାଠାରେ ସପ୍ତମ ଜିଲାସ୍ତରୀୟ କୁଲତା ସମାଜ ମହାସଭା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ କଳସ ଯାତ୍ରା କରାଯାଇ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଥିଲା ଏବଂ ଜାତି ପତାକା ଉତ୍ତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ୱାଧୀନ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସୁଧୀର କୁମାର ନାଏକ ବିବରଣୀ ପାଠ କରିଥିଲେ।

ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲା ସଭାପତି ବେଲାଳସେନ ଭୋଇ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲା ସଭାପତି ନବୀନ ପ୍ରଧାନ, ଛତିଶଗଡ଼ ରାଜ୍ୟ ଆବାହକ ହରିଚରଣ ପ୍ରଧାନ, ସଭ୍ୟ ନନ୍ଦଲାଲ ଭୋଇ, ବରଗଡ଼ ଜିଲା ସଭାପତି ଅଗ୍ନି ପ୍ରଧାନ, ସମ୍ପାଦକ ଡା. ପର୍ଶୁରାମ ବାରିକ, ସମ୍ବଲପୁର ଜିଲା ସଭାପତି ଜଙ୍କା ଭୂଷଣ ସାହୁ, ସମ୍ପାଦକ ନକୁଳ ପ୍ରଧାନ, ସୁବର୍ଣ୍ଣପୁର ଜିଲା ସଭାପତି ପ୍ରଦ୍ୟୁମ୍ନ ସାହୁ ଓ ସମ୍ପାଦକ କ୍ଷେତ୍ରବାସୀ ପ୍ରଧାନଙ୍କ ସମେତ ଜାତି ସମାଜର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ।

- Advertisement -

ବୌଦ୍ଧଜିଲା ଉପସଭାପତି ପୂର୍ଣ୍ଣଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଦାଶରଥି ବାରିକ, ନିର୍ବାଚନ ଅଧିକାରୀ ନରେନ୍ଦ୍ର ସାହୁ ଓ ସହ ଅଧିକାରୀ ନିରାକାର ଭୋଇ ମଞ୍ଚାସୀନ ଥିଲେ। ଏହି ସଭାରେ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା, ରୀତିନିତି, କୃଷି କ୍ଷେତ୍ରରେ ଉନ୍ନତି ସହିତ ନିଶା ନିବାରଣ, ବିନା ଯୌତୁକରେ ଆଦର୍ଶ ବିବାହ ନିମନ୍ତେ ପ୍ରୋତ୍ସାହନ, ଶିକ୍ଷା କ୍ଷେତ୍ରରେ ସହଯୋଗ ସହିତ ସାମ୍ବିଧାନିକ ଅଧିକାର ନିମନ୍ତେ ଆଲୋଚନା ହୋଇଥିଲା। ଦୁଇଦିନ ଧରି ହେବାକୁଥିବା ମହାସଭାରେ ଜିଲା ସାରା ପ୍ରତ୍ୟେକ କୁଲତା ପରିବାରର ପ୍ରତିନିଧି ଅଂଶଗ୍ରହଣ କରିଥିବା ସୂଚନା ଦିଆଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories