www.samajalive.in
Monday, December 15, 2025
17.1 C
Bhubaneswar

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳା ଉଦଘାଟିତ

କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଘଷିପୁରାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ସେବା ସଂଘ ପକ୍ଷରୁ ଆୟୋଜିତ ୬ ଦିନିଆ ବାଣିଜ୍ୟ ମେଳା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ମଦନ ପାଣି, ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଯଜ୍ଞ ପ୍ରସାଦ ସଦସ୍ୟ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ମେଳାକୁ ଉଦଘାଟନ କରିଥିଲେ। ଆଦର୍ଶ ସେବା ସଂଘ ଉପସଭାପତି ଧବଳେଶ୍ଵର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳାରେ ବିଭିନ୍ନ ପ୍ରକାରର ୩୦ରୁ ଅଧିକ ଷ୍ଟଲ୍ ରହିଛି।
ସେହିପରି ଏହି ଅବସରରେ ସ୍ଥାନୀୟ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ବର୍ଗରେ ୮୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉନ୍ନୀତ ପ୍ରତିଯୋଗୀଙ୍କର ଆସନ୍ତାକାଲି ଚୂଡ଼ାନ୍ତ ପର୍ଯ୍ୟାୟ ହେବ ବୋଲି ସଂଘର ବରିଷ୍ଠ ସଦସ୍ୟ ସୌମ୍ୟରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସଦସ୍ୟ ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ମହେଶ୍ୱର ସାହୁ, ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories