www.samajalive.in
Sunday, December 14, 2025
19.1 C
Bhubaneswar

୧୮୦ ଜଣ ମାଓବାଦୀ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲାର ଯନ୍ତ୍ରୀଠାରେ ଆଜି ୧୮୦ ଜଣ ମିଲିସିଆ ମାଓବାଦୀ ଜିଲା ପ୍ରଶାସନ, ବିଏସଏଫ ଓ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମିଲିସିଆମାନେ ଆତ୍ମସମର୍ପଣ କରିବା ପରେ ପ୍ରଶାସନ ଓ ପୁଲିସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏ ଅବସରରେ ଆତ୍ମସମର୍ପଣକାରୀ ମିଲିସିଆମାନଙ୍କୁ ପୋଷାକ ସମେତ ବହୁ ସାମଗ୍ରୀ ପୁଲିସ ପକ୍ଷରୁ ପ୍ରଦାନ କରାଯିବା ସହ ଜିଲା ପ୍ରଶାସନ ପକ୍ଷରୁ ଜବ କାର୍ଡ ପ୍ରଦାନ କରାଯାଇଥିଲା। ଆତ୍ମସମର୍ପଣ ପରେ ଆତ୍ମସମର୍ପଣକାରୀମାନେ ନିଜେ ପରିଧାନ କରୁଥିବା ମାଓ ପୋଷକକୁ ନିଆଁ ଲଗାଇ ପୋଡି ଦେଇ ମାଓବାଦୀ ପାର୍ଟି ମୁର୍ଦାବାଦ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଏହି ଆତ୍ମସମର୍ପଣକାରୀମାନେ ଅନେକ ଗୁଳିବିନିମୟ ଘଟଣା, ଅଗ୍ନିକାଣ୍ଡ ମାମଲା ଏବଂ ସାଧାରଣ ନାଗରିକ ହତ୍ୟାରେ ଜଡିତ ଥିଲେ। ସେମାନେ କହିଛନ୍ତି ଯେ ମାଓବାଦୀମାନେ ହିଂସାରେ ଲିପ୍ତ ରହିବା ପାଇଁ ସେମାନଙ୍କୁ ବିଭ୍ରାନ୍ତ କରିଥିଲ। କିଛି ଦିନ ପୂର୍ବରୁ ସ୍ଥାନୀୟ ମିଲିସିଆଙ୍କ ଆତ୍ମସମର୍ପଣ ଦ୍ୱାରା ଉତ୍ସାହିତ ହୋଇ ଏହି ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ସେମାନେ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଆତ୍ମସମର୍ପଣକାରୀମାନେ ଯନ୍ତ୍ରୀ ପଞ୍ଚାୟତର ଧାକଡ଼ପଦର, ଡାବୁଗୁଡ଼ା ଓ ଆର୍ଲିଙ୍ଗବେଡ଼ା ଗ୍ରାମର ବୋଲି ଜଣାପଡିଛି। ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ପ୍ରକାଶ କରିଛନ୍ତି। ବିଏସଏଫ କମାଣ୍ଡେଣ୍ଟ ଆର.ଏସ ମିଞ୍ଜ ଓ ସହକାରୀ କମଣ୍ଡେଣ୍ଟ ଟି.ଡି ସିଂ ଙ୍କ ସହ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଯୋଡ଼ାମ୍ବ ଥାନା ଭାରପ୍ରାପ୍ତ ନିରୀକ୍ଷକ ଚନ୍ଦ୍ରକାନ୍ତ ତାଣ୍ଡି, ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଅନିଲ ପରିଡାଙ୍କ ଉପସ୍ଥିତିରେ ଆଜି ଏହି ମିଲିସିଆ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଜିଲାର ସବୁଠାରୁ ଅଧିକ ମାଓ ଉପଦ୍ରବ ଅଞ୍ଚଳରେ ଆଜି ମାଓ ସଙ୍ଗଠନକୁ ଶକ୍ତ ଝଟକା ଦେଇଛନ୍ତି ସେଠାକାର ଲୋକେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories