www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟସଭା ନିର୍ବାଚନ ଫଳାଫଳ ଚୂଡ଼ାନ୍ତ ; ୧୬ ଆସନରୁ ବିଜେପିକୁ ୮

ନୂଆଦିଲ୍ଲୀ : ରାଜ୍ୟସଭାର ୧୬ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏଥିରୁ ବିଜେପିକୁ ୮ ଆସନ ମିଳିଥିବାବେଳେ ଅବଶିଷ୍ଟ ଆସନ କଂଗ୍ରେସ ଓ ଅନ୍ୟ ଦଳ ସପକ୍ଷରେ ଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜସ୍ଥାନର ୪ ଓ କର୍ଣ୍ଣାଟକର ୪ ଆସନର ଫଳାଫଳ ଚୂଡ଼ାନ୍ତ ହୋଇଥିଲା। ରାଜସ୍ଥାନରେ କଂଗ୍ରେସ ୩ଟି ଦଖଲ କରିଥିବାବେଳେ କର୍ଣ୍ଣାଟକରେ ଠିକ୍‌ ଏହାର ଓଲଟା ହୋଇଥିଲା। ଏଠାରେ ବିଜେପି ତିନିଟି ଆସନ ପାଇଥିଲାବେଳେ କଂଗ୍ରେସକୁ ଗୋଟିଏ ମିଳିଥିଲା। କ୍ରସ୍‌ ଭୋଟିଂ ଓ ଅନ୍ୟ ବିବାଦ କାରଣରୁ ଅବଶିଷ୍ଟ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାର ଭୋଟ୍‌ ଗଣତି ହୋଇପାରି ନ ଥିଲା। ପ୍ରାୟ ୮ଘଣ୍ଟା ବିଳମ୍ବରେ ଗଣତି ଆରମ୍ଭ ହୋଇ ଶନିବାର ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର​‌େ​‌ର ଶାସକ ମେଣ୍ଟକୁ ବଡ଼ ଧକ୍କା ଲାଗିଛି। ଏଠାରେ ନିର୍ବାଚନ ହୋଇଥିବା ୬ ଆସନରୁ ବିଜେପି ୩ଟି ଜିତି ନେଇଛି। ଶିବସେନା, କଂଗ୍ରେସ ଓ ଏନ୍‌ସିପିକୁ ଗୋଟିଏ ଲେଖାଏଁ ଆସନ ମିଳିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ବିଜେପିରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ବିଜୟୀ ହୋଇଛନ୍ତି। ଷଷ୍ଠ ଆସନ ପାଇଁ ବିଜେପିର ଧନଞ୍ଜୟ ମହାଦିକ ଶିବସେନାର ସଞ୍ଜୟ ପୱାରଙ୍କୁ ପରାଜିତ କରିଛନ୍ତି। ଏନ୍‌ସିପି ନେତା ପ୍ରଫୁଲ୍‌ ପଟେଲ, କଂଗ୍ରେସର ଇମ୍ରାନ ପ୍ରତାପଗଡ଼ି ମଧ୍ୟ ବିଜୟ ହାସଲ କରିଛନ୍ତି। ସେହିପରି ହରିୟାଣା​‌େ​‌ର ବିଜେପି ତଥା ଏହାର ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦୁଇଟି ଆସନ ଦଖଲ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍‌ ଏଠାରେ ପରାଜିତ ହୋଇଛନ୍ତି। ମାକେନ୍‌କୁ ୨୯ଟି ଭୋଟ୍‌ ମିଳିଥିବାବେଳେ ତାଙ୍କୁ ହରାଇଥିବା ବିଜେପିର କିନେ ଳାଲ ପନୱରଙ୍କୁ ୨୯.୬ ଭୋଟ୍‌ ମିଳିଥିଲା। ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ୍‌ ନାକଚ ହୋଇଥିବାବେଳେ ଅନ୍ୟ ଜଣଙ୍କର କ୍ରସ୍‌ ଭୋଟିଂ ଯୋଗୁଁ ମାକେନ୍‌ ପରାଜିତ ହୋଇଛନ୍ତି। କ୍ରସ୍‌ ଭୋଟିଂ କରିଥିବା କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କୁ ପରବର୍ତ୍ତୀ ସମୟରେ ଦଳରୁ ବହିଷ୍କାର କରାଯାଇଛି। ବିଜେପି ଓ ମେଣ୍ଟ ଦଳ ଜେଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ କାର୍ତ୍ତିକେୟ ଶର୍ମା ବିଜୟଲାଭ କରିଛନ୍ତି। ସୂଚନାଯୋଗ୍ୟ ଯେ ମୋଟ ୫୭ ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ପୂର୍ବରୁ ୪୧ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିଲେ। ଅବଶିଷ୍ଟ ୧୬ ଆସନ ପାଇଁ ୧୦ତାରିଖରେ ମତଦାନ ହୋଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories