www.samajalive.in
Monday, December 15, 2025
27.1 C
Bhubaneswar

୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଦେବଗଡ଼ : ଭାଲିଆଡିହୀ-ଦେଓଝରଣ ରାସ୍ତାରେ ବୁଧବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ ଆରୋହୀ ଗୁରୁତ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂନଚା ଅନୁଯାୟୀ ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ଭାଲିଆଡିହୀ ଗ୍ରାମର ଶବଚ୍ଚ କୁମୁରା ଓ ଶିବ ବେହେରା ନାମକ ୨ ଜଣ ଯୁବକ କୌଣସି କାମରେ ଏକ ବାଇକ ଯୋଗେ ଦେଓଝରଣ ଗ୍ରାମକୁ ଯାଉଥିଲେ। ତେବେ ଅଳ୍ପଦୂର ଗଲା ପରେ ଭାଲିଆଡିହୀ-ଦେଓଝରଣ ରାସ୍ତାର ଏକ ବୁଲାଣିରେ ବିପରିତ ଦିଗରୁ ଆସୁଥିବା ଗୋଳାବନ୍ଧ ଗ୍ରାମର ସୌଭାଗ୍ୟ ସାହୁଙ୍କ ବାଇକ ସହ ସମାନଙ୍କର ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକରେ ଥିବା ୩ ଜଣ ଯାକ ବାଇକ ସହ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ହାୟତାରେ ଚିକିତ୍ସା ନିମନ୍ତେ ସେମାନଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ବୁର୍ଲା ସ୍ଥିତ ଭୀମସାରକୁ ସ୍ଥାନାନ୍ତରିତ କରାଯାଇଛି।

 

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories