www.samajalive.in
Thursday, December 11, 2025
27.1 C
Bhubaneswar

ଗୋଟିଏ ବି ନିଟ ପିଜି ସିଟ୍ ଯେଭଳି ଫାଙ୍କା ନ ରହେ – ସୁପ୍ରିମକୋର୍ଟ

ଡେସ୍କ: ଡାକ୍ତରୀ ଛାତ୍ରମାନଙ୍କ ଭବିଷ୍ୟତ ସହିତ ନ ଖେଳି ଗୋଟିଏ ବି ନିଟ ପିଜି ସିଟ୍ ଯେଭଳି ଫାଙ୍କା ନ ରହେ ସେଭଳି ପଦକ୍ଷେପ ନେବାକୁ ଆଜି ସୁପ୍ରିମକୋର୍ଟ ମେଡିକାଲ କାଉନସେଲିଂ କମିଟିକୁ କହିଛନ୍ତି। ଅଦାଲତ କହିଛନ୍ତି ଯେ ମେଡିକାଲ କାଉନସେଲିଂ କମିଟି ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି।

ଅଲ ଇଣ୍ଡିଆ କୋଟାର ପୂରଣ ନ ହୋଇ ଫାଙ୍କା ପଡିଥିବା ଆସନ ପାଇଁ ପ୍ରାର୍ଥୀମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନସେଲିଂ କରିବାକୁ ଚାହୁଁଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଏମସିସିକୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଜଷ୍ଟିସ୍ ଏମଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଦିନକ ମଧ୍ୟରେ ସିଟ୍ କାହିଁକି ଖାଲି ଅଛି ତାହା ବୁଝାଇ ଏମସିସି ଏବଂ କେନ୍ଦ୍ରକୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

- Advertisement -

ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶୁଣାଣି ସମୟରେ ୧ ହଜାର ୪୫୬ଟି ଆସନ ଖାଲି ରହିଥିବା ଜାଣିବା ପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମସିସି ପରାମର୍ଶଦାତା ଏହା ମଧ୍ୟ କହିଛନ୍ତି ଯେ ୨୦୨୨ କାଉନସେଲିଂ ବିଳମ୍ବ ହେବ ଏବଂ ଏହାର ପ୍ରଭାବ ପଡିବ। କାଉନସେଲିଂରେ କୌଣସି ଶୃଙ୍ଖଳିତ ପ୍ରକ୍ରିୟା କାହିଁକି ନାହିଁ ବୋଲି କୋର୍ଟ ପଚାରିବା ସହ ପ୍ରଶ୍ନ କରିଥିଲେ ଯେ ଆପଣ ଛାତ୍ରମାନଙ୍କ ମାନସିକ ଚାପ ସ୍ତର ଜାଣିଛନ୍ତି କି? କୋର୍ଟ ପ୍ରଶ୍ନ କରିଥିଲେ ଯେ ଆମେ ଯେତେବେଳେ ଡାକ୍ତର ଏବଂ ସୁପର-ସ୍ପେଶାଲିଷ୍ଟ ଆବଶ୍ୟକ କରୁଚୁ ସେତେବେଳେ ସିଟ୍ ଖାଲି ରଖିଲେ ଆପଣ କ’ଣ ପାଇବେ?

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories