ଆଠଗଡ଼: ଆଠଗଡ଼ ବୀରକିଶୋରପୁର ମୈତ୍ରୀନଗର ଅଞ୍ଚଳର କ୍ରୀଡାବିତ୍, ପର୍ବତାରୋହଣକାରୀ ତଥା ପରିବେଶବିତ୍ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତିଙ୍କୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତିବନ୍ଧୁ ପୁରସ୍କାର ମିଳିଥିବା ଜଣାପଡ଼ିଛି। କଟକ ବନଖଣ୍ଡ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବିଜୟ କୁମାର ଖଣ୍ଡାୟତରାୟ ରୂପଶ୍ରୀଙ୍କୁ ଅନ୍ୟ ୧୨ ଜଣଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ରୂପଶ୍ରୀ ବିଭିନ୍ନ ସମୟରେ ଜୈବ ବିବିଧତା ଓ ଜଙ୍ଗଲ ସଂପଦର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚଳାଇ ଓ ପଦଯାତ୍ରା ମାଧ୍ୟମରେ ନିୟମିତ ଜନସଚେତନତା ସୃଷ୍ଟି କରୁଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି। କଟକରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ନିମାଇଁ ଚରଣ ମହାନ୍ତି ମୁଖ୍ୟବକ୍ତା, ଡଃ ପ୍ରକାଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Popular Categories



