ଶ୍ରୀଲୋକନାଥ ଦେବଙ୍କ ପୀଠରେ ଶିବ ବିବାହ ଓ ବିଶ୍ୱଶାନ୍ତି ମହାଯଜ୍ଞ
ବାଙ୍କୀ: ସ୍ଥାନୀୟ ଡମପଡାଗଡ ସ୍ଥିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଶୀତଳ ଷଷ୍ଠୀ ଅବସରରେ ଶିବ ବିବାହ କାର୍ଯ୍ୟ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪ ଦିନ ବ୍ୟାପୀ ପବିତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଯଜ୍ଞ କମିଟିର କର୍ମକର୍ତ୍ତାଙ୍କ ନେତୃତ୍ୱ ଓ ଗ୍ରାମାବସୀଙ୍କ ସହଯୋଗ ଭିତ୍ତିକ କାର୍ଯ୍ୟକ୍ରମର ଅଙ୍କୁରାରୋପଣ, ଜଳଯାତ୍ରା ଓ ଶିବି ବିବାହ ଉତ୍ସବ ସହ ଗୁରୁପୂଜା, ସୂର୍ଯ୍ୟପୂଜା, ଧେନୁ ପୂଜା, ରୁଦ୍ରାଭିଷେକ ସହିତ ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ଆହୁତି ପ୍ରଦାନ କରାଯାଇଛି। ସୋମବାର ଓ ମଙ୍ଗଳବାର ୨ ଦିନ ଧରି ପୂଜା ବିଧି ମତେ କାର୍ଯ୍ୟ କରାଯିବା ସହ ରୁଦ୍ରଭିଷେକ ଓ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ପୁଷ୍ପାଞ୍ଜଳୀ ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଏହି ଉତ୍ସବ ତଥା ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଖ୍ୟ ପୁରୋହିତ ପ୍ରମୋଦ ପାଟ୍ଟୋଯୋଶୀ,ଶ୍ରୀନିବାସ ଷଡଙ୍ଗୀ, ଆଲୋକ ପାଟ୍ଟୋଯୋଶୀ, ପ୍ରଭାତ ତ୍ରିପାଠୀ, ସଂଜୀବ ଦାସ ପ୍ରମୁଖ ଯଜ୍ଞାଦି କାର୍ଯ୍ୟ ପରିଚାଳନା କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି।
Comments are closed.