www.samajalive.in
Sunday, December 14, 2025
15.1 C
Bhubaneswar

ଟାଇଗର୍‍-ଦିଶାଙ୍କ ମଧ୍ୟରେ ଫାଟ

ମୁମ୍ବାଇ: ଟାଇଗର ଶ୍ରଫ୍ ଓ ଦିଶା ପଟାନୀ ବଲିଉଡ୍ ର ଉଭୟ ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ରୋମାଣ୍ଟିକ୍ ଯୋଡ଼ି ଭାବେ ସୁପରିଚିତ। ଦର୍ଶକ ମଧ୍ୟ ଏହି ଯୋଡ଼ିକୁ ଖୁବ୍‍ ପସନ୍ଦ କରିଥାଆନ୍ତି। ହେଲେ ନିକଟରେ ମିଳିଥିବା ଏକ ସୂଚନା ଅନୁସାରେ ଦୁହିଁଙ୍କ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଛି। ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ତେଣୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଟାଇଗର ବଲିଉଡ୍ ରେ ନିଜ ନୃତ୍ୟ ଓ ଫିଟନେସ୍ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ସହ ତାଳ ଦେଇ ଦିଶା ମଧ୍ୟ ନାଚରେ ମାହିର୍ ହୋଇଗଲେଣି। ହେଲେ ଏବେ ଦୁହେଁ ନିଜ ନିଜ ରାସ୍ତା ବାଛିବାକୁ ଚିନ୍ତା କରିଛନ୍ତି। ଖବର ଅନୁସାରେ, ଦୁହିଁଙ୍କ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି କଥାକୁ ନେଇ ଛୋଟମୋଟ ଝଗଡ଼ା ହେଉଛି। ଦୁହେଁ ସେମାନଙ୍କ ସମ୍ପର୍କକୁ ଏକ ନୂଆ ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ବିଫଳ ହୋଇଛି। ଦୁହେଁ ପରସ୍ପରକୁ ୩ ବର୍ଷ ହେବ ଡେଟ୍ କରୁଥିଲେ। ଏମିତି କି ଦିଶା ଟାଇଗରଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ମିଶି ଯାଇଥିଲେ। ସେ ସେମାନଙ୍କ ସହ ଅନେକ ଥର ତାଙ୍କ ଫ୍ୟାମିଲି ଲଞ୍ଚ୍ ଡେଟ୍ ରେ ଯାଇଛନ୍ତି।

- Advertisement -

ଟାଇଗର ଓ ଦିଶାଙ୍କ ଅଭିନୀତ ଫିଲ୍ମ ‘ବାଗୀ-୨‘ ଚଳିତ ବର୍ଷ ରିଲିଜ୍ ହୋଇଥିଲା। ଏହା ସୁପରହିଟ୍ ହୋଇଥିଲା। ଦିଶା ଏବେ ସଲମାନଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରୁଥିବା ବେଳେ ଟାଇଗର ଏବେ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories