www.samajalive.in
Sunday, December 7, 2025
26.1 C
Bhubaneswar

ଖରାପ ହସ୍ତାକ୍ଷର ଯୋଗୁଁ ଜୋରିମାନା ଦେଲେ ୩ ଡାକ୍ତର

ଲକ୍ଷ୍ନୌ: ଡାକ୍ତରମାନେ ଖରାପ ହସ୍ତାକ୍ଷର ଲେଖିବା ନୂଆ କଥା ନୁହେଁ। କିନ୍ତୁ ଏଥିପାଇଁ ତିିନିଜଣ ଡାକ୍ତରଙ୍କୁ ଜୋରିମାନା ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।
ଆଲ୍ଲାହାବାଦ୍‍ର ଲକ୍ଷ୍ନୌ ବେଞ୍ଚ ପୃଥକ୍‍ ପୃଥକ୍‍ ମାମଲାର ବିଚାର କରି ତିନି ଜଣ ଡାକ୍ତରଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରିଛନ୍ତି। ପ୍ରତ୍ୟେକଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଗତ ସପ୍ତାହରେ ସିତାପୁର, ଉନ୍ନାଓ ଓ ଗୋଣ୍ଡା ଜିଲାରୁ ତିନିଟି ଫୌଜଦାରୀ ମାମଲା ଶୁଣାଣି ପାଇଁ ଆସିଥିଲା। ପୀଡ଼ିତଙ୍କ ଡାକ୍ତରୀ ରିପୋର୍ଟରେ ଯାହା ଲେଖାଥିଲା ତାହା ପଢ଼ିବା ଆଦୌ ସମ୍ଭବ ହେଉ ନଥିଲା। ଏହି ଘଟଣାକୁ ଅଦାଲତ ଅବମାନନା ମାମଲା ରୂପେ କୋର୍ଟ ଗ୍ରହଣ କରି ତିନି ଡାକ୍ତର ଟି ପି ଜୈସ୍‍ୱାଲ୍‍, ପି କେ ଗୋଏଲ ଓ ଆଶିଶ ସାକ୍ସେନାଙ୍କୁ ସମନ୍‍ କରିଥିଲେ। ବିଚାରପତି ଅଜୟ ଲାମ୍ବା ଓ ବିଚାରପତି ସଞ୍ଜୟ ହରକୌଲିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ତିନି ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ଡାକ୍ତରମାନେ ଯେପରି ପଢ଼ି ହେଉଥିବା ଭଳି ହସ୍ତାକ୍ଷରରେ ଲେଖିବେ ତାହା ନିଶ୍ଚିତ କରିବାକୁ ଉତ୍ତରପ୍ରଦେଶ ଗୃହ ବିଭାଗର ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଯଦି ଡାକ୍ତରମାନେ ମେଡିକାଲ୍‍ ରିପୋର୍ଟରେ ପଢ଼ି ନହେବା ଭଳି ଲେଖିବେ ତେବେ ସେମାନେ ଅଭିଯୁକ୍ତଙ୍କୁ ସହାୟତା କରୁଥିବା ଧରି ନିଆଯିବ ବୋଲି କୋର୍ଟ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories