ବିଶ୍ୱ ପରିବେଶ ଦିବସ: ବ୍ୟାପକ ଚାରା ରୋପଣ ପାଇଁ ସଚେତନତା ସୃଷ୍ଟି

ମୋହନା : ଗଜପତି ଜିଲା ରା.ଉଦୟଗିରି ସହରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ସାଥି ଓ ଆଶା କର୍ମୀମାନଙ୍କ ସହାୟତାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା ସାଥି ଓ ଆଶା କର୍ମୀମାନେ ରା.ଉଦୟଗିରି ସହରର ମୁଖ୍ୟ ବଜାର ପରିକ୍ରମା କରିଥିଲେ। ଆଶା ସାଥି ଦିଦି ଶର୍ମିଷ୍ଠା ମିଶ୍ରଙ୍କ ସହାୟତାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ସାହିକୁ ସାହି ବୁଲି ହାଟପଦା ଯାଏଁ ସ୍ଥାନୀୟ ଜନସାଧାରଣଙ୍କୁ ଆଶା କର୍ମୀମାନେ ବିଶ୍ୱ ପରିବେଶ ସୁରକ୍ଷା ଉପରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ।

 

prayash

ବର୍ତ୍ତମାନ ସମୟରେ ଗଛ ନକାଟି ଗଛ ଲଗାଇବା, ବୃକ୍ଷ ହିଁ ଜୀବନ, ମଣିଷ ସମାଜକୁ ବୃକ୍ଷ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରେ। ଏଣୁ ବୃକ୍ଷ ହିଁ ପ୍ରକୃତି ଦତ୍ତ ବନ୍ଧୁ ବୋଲି ନାରାବାଜି କରି ଲୋକଙ୍କୁ ସଚେତନ କରାଇଥିଲେ ଏବଂ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଶା ଦିଦି ବାସନ୍ତୀ ଦେବି, ରୀନାରାଣୀ ମାଳବିଷୋୟୀ, ସବିତା ପ୍ରଧାନୀ, ବିଜୟ ଲକ୍ଷ୍ମୀ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ସମସ୍ତ ଆଶା ସାଥି ଓ ଆଶା କର୍ମୀମାନେ ବୃକ୍ଷ ରୋପଣ କରିଥିଲେ।

kalyan agarbati

Comments are closed.