କାଳବୈଶାଖି ପ୍ରଭାବରେ ଭାଙ୍ଗିଗଲା ତମ୍ବୁ: ପୁଲିସ ଏସଆଇ ଏବଂ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

୫ଟି ଯୋଜନାରେ ରୂପାନ୍ତରିତ ସ୍କୁଲ ଉଦଘାଟନ ବେଳେ ଅଘଟଣ

ଦେବଗଡ଼:୫ଟି ଯୋଜନାରେ ରୂପାନ୍ତରିତ ଦେବଗଡ ଜିଲାର ହାଇସ୍କୁଲର ଗୁଡିକର ଉଦଘାଟନୀ ଉତ୍ସବ ଚାଲିଥିବା ବେଳେ କାଳବୈଶାଖି ମାଡ଼ି ଆସିଥିଲା। ଏହାର ପ୍ରଭାବରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ତମ୍ବୁ ଭାଙ୍ଗିପଡିଥିଲା। ଫଳରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଓ ଜଣେ ପୁଲିସ ସବ ଇନ୍ସପେକ୍ଟର ଆହତ ହୋଇଥିବା ଜଣାପଡିଛି। ଆଜି ସଂଧ୍ୟାରେ ଦେବଗଡ ସହରର ରାଜା ବାସୁଦେବ ହାଇସ୍କୁଲ ଖେଳ ପଡିଆଠାରେ ୫ଟି ଯୋଜନାରେ ରୂପାନ୍ତରିତ ହାଇସ୍କୁଲ ଗୁଡିକର ଉଦଘାଟନୀ ଉତ୍ସବ ଚାଲିଥିଲା। ସଭା ମଞ୍ଚରେ ମନ୍ତ୍ରୀ ଟୁକୁନୀ ସାହୁ , ଦେବଗଡ ଜିଲାପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ ଓ ଜିଲାପାଳ ସୁଧାଂଶୁ ମୋହନ ସାମଲ ମଞ୍ଚାସୀନ ଥିଲେ।

 

prayash

ଏହି ସମୟରେ କାଳ ବୈଶାଖି ଦେଖାଦେଇଥିଲା ଏବଂ ହଠାତ ଝଡ ତୋଫାନ ଆସିବାରୁ ଦର୍ଶକ ମାନଙ୍କପାଇଁ ଉଦ୍ଦିଷ୍ଟ ତମ୍ବୁ ହଠାତ ଭାଙ୍ଗି ଯାଇଥିଲା। ଫଳରେ ଏହା ତଳେ ଥିବା ଜଣେ ପୁଲିସ ସବ ଇନ୍ସପେକ୍ଟର, ଜଣେ ଶିକ୍ଷକ ଓ ୧୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତ ପୁଲିସ ସବ ଇନ୍ସପେକ୍ଟର, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଅଯାଇଛି। ତେବେ ସମସ୍ତ ଆହତ ବିପଦ ମୁକ୍ତ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.