www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାହକଙ୍କୁ ପ୍ରଶିକ୍ଷଣ ସହ ମିଳିବ ସେବା

ଭୁବନେଶ୍ୱର : ପଟିଆ କିଟ୍ ଛକରେ ‘ବଙ୍ଗୱେଲ କ୍ଲିନିକ୍ ଆଣ୍ଡ୍ ସ୍ପା’ ଉଦଘାଟିତ ହୋଇଯାଇଛି। କାଦମ୍ବିନୀର ସଂପାଦିକା ଡ଼.ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ବିଙ୍ଗୱେଲ’ର ଏହି ନିଆରା ଶୈଳୀର ସେବାକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଚର୍ମ ଏବଂ କେଶ ବିଶେଷଜ୍ଞ ଡ଼.ଐଶ୍ୱର୍ଯ୍ୟା ବେଦି ଓ ଆଦହିପ୍ ଜୈନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ବିଙ୍ଗୱେଲ’ର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ରାଉତ କହିଛନ୍ତି ବର୍ତ୍ତମାନ ସମୟରେ ରାଜଧାନୀ ଯୁବପିଢୀଙ୍କର ସେଲୁନ ଓ ସ୍ପା ପ୍ରତି ଅଧିକ ରୁଚି ରହିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ସେମାନଙ୍କୁ ସମସ୍ତ ସୁବିଧା ମିଳିପାରୁନି। ଯୁବପିଢୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଙ୍ଗୱେଲ ସେମାନଙ୍କର ଆବଶ୍ୟକତା ପୁରଣ କରିପାରିବ।

ଏଠାରେ ସମସ୍ତ ପ୍ରକାରର ଚର୍ମ, କେଶ ଏବଂ ଶରୀର ସମ୍ବନ୍ଧୀୟ ସମସ୍ୟାର ସର୍ଭିସ ପାଇପାରିବେ। ଏହା ସହ ସମସ୍ତ ପ୍ରକାରର ସେଲୁନ୍ ଏବଂ ସ୍ପାର ସର୍ଭିସ ରହିଛି। ସବୁଠାରୁ ବଡ଼ କଥା ହେଲା ଗ୍ରାହକଙ୍କୁ ଏଠାରେ କେବଳ ସର୍ଭିସ୍ ମିଳିବ ତାହା ନୁହେଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଯେଉଁମାନେ ଚାହିଁବେ ଏଠାରେ ୯୦ ଓ ୧୬୦ ଦିନର ପ୍ରଶିକ୍ଷଣ ନେଇପାରିବେ। ପ୍ରଶିକ୍ଷଣ ଶେଷ ହେବାପରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ବିଭିନ୍ନ କମ୍ପାନୀରେ ଚାକିରୀ ସୁଯୋଗ ସହ ବେତନ ମିଳିବ। ସ୍ୱଳ୍ପ ମୂଲ୍ୟରେ ଏହି ସବୁ ସୁବିଧା ଏଠାରେ ଉପଲବ୍ଧ ହେବ। ୨୦ ଜଣ ଦକ୍ଷ ଟ୍ରେନର୍ ଗ୍ରହକଙ୍କୁ ଟ୍ରେନିଂ ସହ ସର୍ଭିସ୍ ଯୋଗାଇ ଦେବେ। ଏହା ପ୍ରଥମ ଶାଖା ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସହରମାନଙ୍କରେ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରତିଷ୍ଠାତା ହେମଲତା ପାଢୀ ଉପସ୍ଥିତ ରହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories