+୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ
ଭୁବନେଶ୍ବର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଠାରୁ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଖାତା ଦେଖାଯିବ ଓ ଦ୍ୱିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ୧୩ ତାରିଖରୁ ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ କରାଯିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ତଥା ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ସମସ୍ତ ବିଷୟର ଖାତା ଦେଖାଯିବ। ଅଫଲାଇନ୍ ଓ ଅନ୍ଲାଇନ୍ ମାଧ୍ୟମରେ ଖାତା ଦେଖାଯିବ।
ଅଫ୍ଲାଇନ୍ ପାଇଁ ୬୪ଟି କେନ୍ଦ୍ର ଓ ଅନ୍ଲାଇନ୍ ପାଇଁ ୩୭ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଆସନ୍ତା ଜୁଲାଇରେ ଫଳ ପ୍ରକାଶନ ପାଇଁ ସିଏଚ୍ଏସଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
Comments are closed.