www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଗାନ୍ଧିନଗର କାର୍ଯ୍ୟାଳୟରେ ବିଜେପିର ଅଧ୍ୟକ୍ଷ ସି.ଆର. ପଟେଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ହାର୍ଦ୍ଦିକ । ସେ ବିଜେପିରେ ସାମିଲ ହେବା ପୂର୍ବରୁ ଏକ ଟ୍ୱିଟ୍‌ କରିଥିବା ଦେଖିବାକୁ ମିଳିଥିଲା । ଟ୍ୱିଟରେ ହାର୍ଦ୍ଦିକ ଲେଖିଥିଲେ ଜନସାଧାରଣଙ୍କ ସ୍ୱାର୍ଥ, ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ ଓ ସାମାଜିକ ସ୍ୱାର୍ଥ ପାଇଁ ମୁଁ ଆଜିଠୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଛୋଟ ସୈନିକ ହୋଇ ଦେଶ ପାଇଁ ସେବା କରିବି ।

ହାର୍ଦ୍ଧିକ ଆହୁରି ମଧ୍ୟ କହିଛନ୍ତି ମୋର ପଦବୀର ଲୋଭ ନାହିଁ । ବିଜେପିରେ ମୁଁ କାମ କରିବି । ଦୁର୍ବଳ ଲୋକ ମାନେ ନିଜର ସ୍ଥିତି ଉପରେ ଚିନ୍ତା କରନ୍ତି ହେଲେ ଶକ୍ତିଶାଳୀ ଲୋକ ମାନେ ସେପରି କରନ୍ତି ନାହିଁ । ସୂଚନା ଥାଉକି ଗତକିଛି ସପ୍ତାହ ହେବ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ନିଜର ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେବା ନେଇ ଇସାରା ଦେଇଥିଲେ ।

- Advertisement -

କଂଗ୍ରେସରୁ ଇସ୍ତଫା ଦେବା ପରେ ଇସ୍ତଫା ପତ୍ର ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇବା ସହ ପରେ କଂଗ୍ରେସର କାର୍ଯ୍ୟରତ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ସୋନିଆଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କଥା ମଧ୍ୟ ପଚାରି ଥିବା ଜଣାପଡ଼ିଥିଲା । ପରେ ପରେ ବିଜେପିରେ ସେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବର୍ତ୍ତମାନ ହାର୍ଦ୍ଦିକ ସମସ୍ତ ଆଶା ଆଶଙ୍କାକୁ ଦୂରକରି ବିଜେପିରେ ସାମିଲ ହୋଇଛନ୍ତି ।

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories