www.samajalive.in
Monday, December 8, 2025
14.1 C
Bhubaneswar

ମୌସୁମୀ ପ୍ରଭାବରେ ବର୍ଷା ; ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : କେରଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବ ଦେଖାଯାଇଛି । ଆଜି ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ସମେତ କେତେକ କ୍ଷେତ୍ରରେ ପୁଣି ଥରେ ପାରଦ ବଢିବା ସହ ସର୍ବସାଧାରଣ ମାନେ ଖରାର ତାପରେ ହାହାକାର କରୁଛନ୍ତି ।

ପାଣିପାଗ ବିଭାଗ (ଆଇଏମଡି) ର ସୂଚନାନୁଯାୟୀ, ଜୁନ୍ ୧ ରୁ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବ। ଜୁନ୍ ୨ ରୁ ଜୁନ୍ ୪ ଯାଏଁ ଆସାମ ଏବଂ ମେଘାଳୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜିଠାରୁ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

- Advertisement -

ଆଜି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାଟର କିଛି ଅଂଶରେ ପାରଦ ବଢିଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ହରିୟାଣା, ଦିଲ୍ଲୀ ଏନସିଆର ଏବଂ ଉତ୍ତରପ୍ରଦେଶର ପଶ୍ଚିମ ଭାଗରେ ଧୂଳିଝଡ , ବର୍ଷା ସହିତ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି । ଲାକ୍ଷାଦ୍ୱୀପ , ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ କେରଳରେ ହାଲୁକା ରୁ ପ୍ରବଳ ବର୍ଷା ହୋଇଛି।
ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ରୟାଲାସିମା, ଉପ-ହିମାଳୟ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇଛି ।
ତେଲେଙ୍ଗାନା, ଛତିଶଗଡ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ବିଦର୍ଭ, ଦକ୍ଷିଣ-ପୂର୍ବ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି।
ଆଜି ପୂର୍ବୋତ୍ତର ଉପ ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, କେରଳର କିଛି ଅଂଶ, ଉପକୂଳ କର୍ଣ୍ଣାଟକ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଆଭ୍ୟନ୍ତରୀଣ ତାମିଲନାଡୁ ଏବଂ ରୟାଲାସିମା ଉପରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ପ୍ରବଳ ବର୍ଷା ହେବ।ର ସମ୍ଭବାନା ରହିଥିବା ବେଳେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ଅଂଶରେ ହାଲୁକା ରୁ ମଧ୍ୟମ ବର୍ଷା ,ତେଲେଙ୍ଗାନା ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପରେ ହାଲୁକା ବର୍ଷା ହେବ । ଉତ୍ତରପ୍ରଦେଶ, ବିଦର୍ଭ, ମରାଠୱାଡା, ଦକ୍ଷିଣ ମଧ୍ୟପ୍ରଦେଶ, ଦକ୍ଷିଣ ଛତିଶଗଡ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ।ର ସମ୍ଭବାନା ରହିଛି ବୋଲି ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories