ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ସମୁହ ଗାଁ କଲ୍ୟାଣ ସମିତି ଏବଂ ବେଣ୍ଟପଦା ଓ ଧାଇପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ମଙ୍ଗଳବାର ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ବରିଷ୍ଟ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ତମ୍ବାଖୁ ଓ ତମ୍ବାଖୁଜାତୀୟ ଦ୍ରବ୍ୟ ସେବନ କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାକୁ ପଡିଥାଏ ବୋଲି ପ୍ରକାଶ କରିଥିଲେ। ବିଶେଷ କରି ତମ୍ବାକୁ ବ୍ୟବହାର ଦ୍ୱାରା କର୍କଟ, ଯକ୍ଷ୍ମା, ଶ୍ୱାସନଳୀରେ ସଂକ୍ରମଣ, ଫୁସଫୁସ ଜନିତ ରୋଗ, ପ୍ରଜନନ କ୍ଷମତା ହ୍ରାସ, ହୃଦରୋଗ ଓ ହୃଦ୍‍ଘାତ ଭଳି ଗୁରୁତର ରୋଗରେ ଲୋକ ଆକ୍ରାନ୍ତ ହୋଇଥିବାରୁ ତମ୍ବାଖୁ ସଂପୂର୍ଣ୍ଣ ବର୍ଜନ କରିବା ଆବଶ୍ୟକ।

 

prayash

ତମ୍ବାଖୁଜାତିୟ ଦ୍ରବ୍ୟର ପ୍ରଚାର ପ୍ରସାର ନିଷେଧ କରାଯାଇଛି ଏବଂ ସର୍ବସାଧାରଣରେ ବ୍ୟବହାର କଲେ ୨୦୦ଟଙ୍କାର ଜୋରିମନା ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଲୋକମାନେ ଏହା ମାନୁନଥିବାରୁ ବହୁସଂଖ୍ୟାରେ ବିଭିନ୍ନ ଗୁରୁତର ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ତମ୍ବାଖୁସେବନ ସଂପୂର୍ଣ୍ଣ ବର୍ଜନ କରି ସୁସ୍ଥ ଓ ନିରାମୟ ଓ ଦୀର୍ଘ ଜୀବନ ଯାପନ କରିବା ଲାଗି ଶ୍ରୀ ଅସଲମ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ବେଣ୍ଟପଦା ସରପଞ୍ଚ ଶ୍ରୀକାନ୍ତ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ସିଏଚଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଜ୍ୟୋସ୍ନାରାଣୀ ମହାନ୍ତି, ଆଶାକର୍ମୀ ବାସନ୍ତି ରାଉଳ, ଅବନ୍ତି ବେହେରା, ତିଳୋତ୍ତମା ସାହୁ, ଉର୍ମିଳା ବାଘ, ଅଙ୍ଗନବାଡି କର୍ମୀ ଧରିତ୍ରୀ ସ୍ୱାଇଁ, ମାଳତୀ ସ୍ୱାଇଁ, ଲଳିତା ଦେବୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ତମ୍ବାଖୁ ବର୍ଜନ ପାଇଁ ଶପଥ ପାଠ ସହିତ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

kalyan agarbati

Comments are closed.