ଡମପଡା ବନାଞ୍ଚଳ ପକ୍ଷରୁ ବ୍ୟାପକ ଚାରା ଉତ୍ପାଦନ
ବାଙ୍କୀ: ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତତ୍ୱାବଧାନରେ ଚନ୍ଦକା ବନଖଣ୍ଡ ଅଧିନ ଡମପଡା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବ୍ୟାପକ ଚାରା ଉପତ୍ସାଦନ କରାଯାଇଛି। ଚଳିତ ବର୍ଷ ବର୍ଷା ଋତୁରେ ଆଂଚଳିକ ଜନସାଧାରଣ ବାଡି ବଗିଚାରେ ବୃକ୍ଷରୋପଣ କରିବା ପାଇଁ ମାଗଣାରେ ଚାରା ବଣ୍ଟନ କରାଯିବା ସହିତ ବନାଞ୍ଚଳ ପରିସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ପାଇଁ ଏଭଳି ଚାରା ଉତ୍ପାଦନକୁ ପ୍ରସ୍ତୁତ କରାଯାଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ ଚଳିତ ବର୍ଷ କ୍ୟାମ୍ପ ଯୋଜନାରେ ୫୦ହଜାର ଓ ୫୦ ହଜାର କରି ଯଥାକ୍ରମେ ୧ଲକ୍ଷ ଚାରା ଉତ୍ପାଦନ କରାଯାଇ ମାଗଣ ବଣ୍ଟନ ପାଇଁ ପ୍ରସ୍ତୁତ ଥିଲା ବେଳେ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ଯୋଜନାରେ ଯଥାକ୍ରମେ ୩୦ ହଜାର ଓ ୨୫ ହଜାର ଚାରା ପ୍ରସ୍ତୁତ ରହିଛି। ଚାରା ଉତ୍ପାଦନ ପରିସରକୁ ପରିସ୍କାର, ପରିଚ୍ଛନ, ଉପଯୁକ୍ତ ଜଳସେଚନ ଓ ଚାରା ପ୍ରତି ଯଥେଷ୍ଟ ଯତ୍ନ ନିଆଯାଇଛି। ଏହି ପରିସରରେ ଜାମୁ, କୁମ୍ଭି, ଅଂଶ, ହରିଡା, ବାହାଡା, କଂଇରା, କୁସୁମ, ଅର୍ଜୁନ, ପିଜୁଳି, ତେନ୍ତୁଳି, କାଞ୍ଚନ, ଆମ୍ବ, ପଣସ ଏବଂ ବାଉଁଶ ଚାରା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଜଙ୍ଗଲ ମଧ୍ୟରେ ବହୁ ବାଉଁଶ ଚାରା ରୋପଣ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.