ଜେଲ୍ ଗଲା ନକଲି ବିଦ୍ୟୁତ୍ ବିଲ୍ ସଂଗ୍ରହକାରୀ ଯୁବକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଅଞ୍ଚଳରେ ନିଜକୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ବୋଲି ମିଥ୍ୟା ପରିଚୟ ଦେଇ ବୀବିନ୍ ଉପଭୋକ୍ତା ମାନଙ୍କ ଠାରୁ ଟଙ୍କା ଅସୁଲ୍ କରୁଥିବା ନିରଞ୍ଜନ ସୁନାନୀ (୩୫) ନାମକ ଜନୈକ ଯୁବକକୁ ପୁଳିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଯୁବକ ଠାରୁ ନଗଦ୧୦ହଜାର ୩ଶହ ୯୦ଟଙ୍କା ଜବତ କରାଯିବା ସହିତ ସେ ବ୍ୟବହାର କରିଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଛି ବୋଲି ଲଇଡାଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।

prayash

ସୂଚନା ଅନୁଯାୟୀ ରବିବାର ଅଭିଯୁକ୍ତ ନିରଞ୍ଜନ ଲଇଡାକୁ ବାଇକରେ ତା’ର ପତ୍ନୀ ସହିତ ଆସି ପତ୍ନୀକୁ ଲଇଡାର ଏକ ଦୋକାନରେ ଚୂଡି କିଣିବାକୁ ଛାଡିଦେଇ ପାନ ପୁଡିଆ ଖାଇବାକୁ ଯାଉଛି କହି ନିକଟସ୍ଥ ରଙ୍ଗଟିକ୍ରା ଗ୍ରାମର ବିଭିନ୍ନ ପରିବାର ଠାରୁ ବିଦ୍ୟୁତ୍ ବିଲ୍ ବାବଦରେ ଟଙ୍କା ଅସୁଲ କରୁଥିଲା। ଏହି ଖବର ପାଇ ଲଇଡା ବିଦ୍ୟୁତ୍ ସେକସନର କର୍ମଚାରୀ ଏବଂ କିଛି ସ୍ଥାନୀୟ ଯୁବକ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନକୁ ଅଟକ ରଖି ଲଇଡା ଫାଣ୍ଡିରେ ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ଅଭିଯୁକ୍ତ ନିରଞ୍ଜନକୁ ପଚରା ଉଚୁରା କଲାବେଳେ ବିଦ୍ୟୁତ୍ ବିଲ୍ ନାଁ ରେ ଟଙ୍କା ଅସୁଲ କରୁଥିବା ସ୍ୱୀକାର କରିଥିଲା। ଗତ ମାର୍ଚ୍ଚ ମାସରେ କିନାଲୋଇ ପଞ୍ଚାୟତର ଘଣ୍ଟମାଲ, ଚଟେନପଡା ଆଦି ଗ୍ରାମରୁ ଅଭିଯୁକ୍ତ ନିରଞ୍ଜନ ବିଭିନ୍ନ ଲୋକଙ୍କ ଠାରୁ ବିଦ୍ୟୁତ୍ ବିଲ୍ ନାଁରେ ଟଙ୍କା ଅସୁଲ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଫାଣ୍ଡିରେ ଏତଲା ଦେଇଛନ୍ତି। କତରବଗା ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନିରଞ୍ଜନ ସୁନାନୀକୁ ଗିରଫ ପରେ ଆଜି କୋର୍ଟ ଚାଳାଣ କରଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ନିରଞ୍ଜନ ଜମନିକିରା ଥାନା ଅନ୍ତର୍ଗତ ଗୁରୁଜୀପାଲି ଗ୍ରାମର ବାସିନ୍ଦା ବୋଲି ପୁଳିସ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.