ଘଣ୍ଟିଖାଲରୁ ଖୁଣ୍ଟୁଣୀ ରାସ୍ତା ହେବ ୪ ଥାକିଆ,ଉଭୟ ପାର୍ଶ୍ବରେ ଲାଗିବ ଷ୍ଟ୍ରିଟଲାଇଟ
ଗୁରୁଡିଝାଟିଆ: ଶିକ୍ଷା,ସ୍ୱାସ୍ଥ୍ୟ ଓ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଉନ୍ନତି କ୍ଷେତ୍ରରେ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ କରୋନା କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହାୟତା ପ୍ରଦାନ ପୂର୍ବକ ଅକ୍ସିଜେନ, ବିଶୋଧକ, ମାକ୍ସ ଓ ସଚେତନତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଠାରେ ପ୍ରତିଷ୍ଠିତ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପରିସରରେ ଆୟୋଜିତ ବୈଠକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଶିଳ୍ପାନୁକୂଳ ବାତାବରଣ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ବନ୍ଧୁର ଜମିରୁ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି। ଯାହାକି ଆର୍ଥିକ ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ବେଶ ସଶକ୍ତ ହୋଇଛି। ଅନୁରୂପ ଭାବରେ ସମତଳ ଜମିରେ ରେଙ୍ଗାଲି କେନାଲ ଦ୍ୱାରା ଦୋଫସଲି କରାଯାଇପାରୁଛି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଗଢିଉଠିଥିବା ଶିଳ୍ପସଂସ୍ଥାମାନେ ମିଳିତ ଭାବରେ ରାସ୍ତାର ପ୍ରସସ୍ତିକରଣ ଓ ଆଲୋକିକରଣ କାର୍ଯ୍ୟ କରିବାରେ ପଦକ୍ଷେପ ନେବେ। ଫଳ ସ୍ୱରୂପ ଘଣ୍ଟିଖାଲରୁ ଖୁଣ୍ଟୁଣୀ ରାସ୍ତା ହେବ ୪ଥାକିଆ ଓ ଉଭୟ ପାର୍ଶ୍ବରେ ଲାଗିବ ଷ୍ଟ୍ରିଟଲାଇଟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏହି ଅବସରରେ ମହାଳପଡା ପନ୍ଥେଇ ଠାକୁରାଣୀ ଓ ଘଣ୍ଟିଖାଲ ଶବରସାହି ହନୁମାନ ମନ୍ଦିର ନିକଟରେ ଆଲୋକିକରଣ ପାଇଁ ଉଚ୍ଚଶକ୍ତି ସଂପନ୍ନ ସୌର ଚାଳିତ ଲାଇଟ ପ୍ରଦାନ କରାଯାଇଥିବା ବେଳେ ଘଣ୍ଟିଖାଲ ଓ ରାଧାଶ୍ୟାମପୁର କ୍ରିକେଟ ଟିମକୁ କ୍ରିଡା ଉପକରଣ ଓ ରାଧାଶ୍ୟାମପୁର ବିଦ୍ୟାଳୟ ଶିକ୍ଷକଙ୍କୁ ମୋ ସ୍ମୁଲ ଅଭିଯାନ ଉଦ୍ଦେଶ୍ୟରେ ୨ଲକ୍ଷ ଟଙ୍କା କାରଖାନା ପ୍ରଦତ୍ତ ଅର୍ଥକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦାନ କରିଥିଲେ।
କାରଖାନାର ମୁଖ୍ୟ ଗିରିଶ ତିୱାରୀ ଉତ୍ସବରେ ଅଧ୍ୟକ୍ଷତା କରି ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ କାରଖାନା କର୍ତ୍ତୃପକ୍ଷ ନିଜର ଶ୍ରେଷ୍ଠତ୍ୱ ପ୍ରଦାନ କରିବା ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି କହିବା ସହ ପାରିପାଶ୍ୱର୍ିକ ଉନ୍ନୟନ ବାବଦରେ ଆଗାମୀ ଦିନରେ ବ୍ୟୟ ଅଟକଳ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଉତ୍ତ ରୁୂପେ ଗଢିତୋଳିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ କାରଖାନା କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଠଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଚନ ଆଚାର୍ଯ୍ୟ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଘଣ୍ଟିଖାଲ ଓ ନୂଆଶାସନ ଅଞ୍ଚଳରେ ଗଢିଉଠିଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ବଳିଷ୍ଠ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି ବୋଲି କହିବା ସହିତ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଜନସାଧାରଣଙ୍କ ସହିତ ସର୍ବଦା ରହିବା ପାଇଁ କହିଥିଲେ।
ଏହି ଉତ୍ସବରେ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ସାଧାରଣ ସଂପାଦକ ଅଶୋକ କୁମାର ସାମନ୍ତରାୟ , କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ ,ଉପସଭାପତି ଦିବାକର ବେଉରା, ପୂର୍ବାଞ୍ଚଳ ସଂପାଦକ ଦୂର୍ଗାମାଧବ ମିଶ୍ର, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ସମିତିସଭ୍ୟ ଙ୍କ ପ୍ରତିନିଧି ସରୋଜ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇôଥିଲେ। ଏହି ଅବସରରେ ମାଲ ପରିବହନ କ୍ଷେତ୍ରରେ ସଠିକ ରୂପେ ଗାଡିଚାଳନା କରିଥିବା ଟ୍ରକ ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସଂଗେ ସଂଗେ ସଡକ ନିରାପତ୍ତା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାରଖାନାର ପାରିପାର୍ଶିକ ଉନ୍ନୟନ ଅଧିକାରୀ ଶୁଶିଲ କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାରଖାନାର ବ୍ୟବସାୟିକ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.