ଲକ୍ଷାଧିକ ଟଙ୍କା ଠକେଇ, ନବରଙ୍ଗପୁର ଥାନାରେ ଏତଲା

ନବରଙ୍ଗପୁର: ବେକାର ଯୁବକଯୁବତୀଙ୍କୁ ଚାକିରି ଓ ମହିଳାଙ୍କୁ ସବ୍‍ସିଡି ଋଣ କରାଇଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। କୁସୁମୀଗ୍ରାମର ସୁବାସ ହରିଜନଙ୍କର ପୁଅ ସୁନୀଲ ହରିଜନ ବିଭିନ୍ନ ଲୋକଙ୍କୁ ବ୍ୟାଙ୍କରେ ମୁଦ୍ରାଋଣ କରାଇଦେବା ଓ ଚାକିରି କରାଇବା ପ୍ରଲୋଭନ ଦେଖାଇ ଟଙ୍କା ଆତ୍ମସାତ କରିଥିବା ଦର୍ଶାଯାଇଛି। ସେ ନବରଙ୍ଗପୁର ଓ କୋରାପୁଟ ଜିଲାର ବହୁ ଯୁବକଯୁବତୀଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏହା ଛଡା ବହୁ ମହିଳାମାନଙ୍କୁ ବ୍ୟାଙ୍କର ସବ୍‍ସିଡି ମୁଦ୍ରା ଋଣ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସୁନୀଲ ପ୍ରତ୍ୟେକଙ୍କର ଠାରୁ ୫ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇଛି । ତେବେ ଦୀର୍ଘ ଛଅ ମାସ ପରେ ମଧ୍ୟ ଏମାନଙ୍କର କୈାଣସି କାମ ହୋଇ ନଥିଲା। ପରେ ଏହି ଠକେଇ ହୋଇଥିବା ଯୁବକ ଯୁବତୀ ଓ ମହିଳାମାନେ ସୁନୀଲ ଘରକୁ ବାରମ୍ବାର ଯାଇଥିଲେ ମଧ୍ୟ ସେ ଧରାଛୁଆଁ ଦେଉନଥିବା ଜଣାଯାଇଛି। ଠକେଇର ଶୀକାର ହୋଇଥିବା ମଦନ ମଙ୍ଗଲି, ଭରତ ମାଙ୍ଗଲି, ବିଦ୍ୟାଧରମାଝୀ , ମଙ୍ଗରୁ ଭତରା, ଗୌର ଭତରାଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷ ଥାନା ଅଧିକାରୀ ତାରିକ୍‍ ଅହମ୍ମଦଙ୍କୁ ଭେଟି ଏତଲା ଦେଇଛନ୍ତି। ଥାନା ଅଧିକାରୀ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

kalyan agarbati

Comments are closed.