ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ଗୁରୁତର

ମୋହନା: ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପରଷ୍ପର ପ୍ରତି ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ତିନି ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ରାମଚନ୍ଦ୍ର ବଡ଼କୁମର, ଜଗଦୀଶ ପାଣିଗ୍ରାହୀ ଏବଂ ସୁଶାନ୍ତ କୁମାର ଦୋରା। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଗିରି ଜଗନ୍ନାଥ ମନ୍ଦିର ନିକଟ ମୁଖ୍ୟ ବଜାରରେ ଗ୍ରାମର ଗୋଟିଏ ପକ୍ଷ ରାମଚନ୍ଦ୍ର ବଡ଼କୁମର ଏବଂ ଉତ୍କଳ ମେଡିକାଲ ଷ୍ଟୋର୍ ମାଲିକ ଜଗଦୀଶ ପାଣିଗ୍ରାହୀ ଏବଂ ଅନ୍ୟପକ୍ଷ ସୁଶାନ୍ତ କୁମାର ଦୋରା ଓ ତାଙ୍କ ପୁତୁରା ସଞ୍ଜୟ କୁମାର ଦୋରାଙ୍କ ମଧ୍ୟରେ ଜମିଜମା ସଂପର୍କିତ ବିବାଦକୁ ନେଇ ବଚସା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ ପର୍ୟ୍ୟନ୍ତ କଥା ଯାଇଥିଲା । ସୁଶାନ୍ତ କୌଣସି ଏକ ଧାରୁଆ ଅସ୍ତ୍ରରେ ରାମଚନ୍ଦ୍ର ଓ ଜଗଦୀଶଙ୍କୁ ଆକ୍ରମଣ କରିବାରୁ ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେମାନଙ୍କ ଆକ୍ରମଣରେ ମଧ୍ୟ ସୁଶାନ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି। ତେବେ ତିନିଜଣ ପ୍ରଥମେ ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୋଟିଏ ପକ୍ଷରୁ ଥାନାରେ ଅଭିଯୋଗ ପରେ ସଞ୍ଜୟକୁ ମୋହନା ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

kalyan agarbati

Comments are closed.