www.samajalive.in
Wednesday, December 10, 2025
15.1 C
Bhubaneswar

ଗୁଡିଆପୋଖରୀରେ ଚାଞ୍ଚଲ୍ୟ: ନିର୍ମାଣାଧିନ କୋଠାଘର ମଧ୍ୟରୁ ଅଚିହ୍ନା ଯୁବକର ଗଳିତ ମୃତଦେହ ଜବତ

ପିପିଲି:ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ଗୁଡିଆପୋଖରୀ ବଜାର ନିକଟବର୍ତ୍ତୀ ବଙ୍ଗାଳୀସାହିରେ ନିର୍ମାଣାଧିନ ଏକ କୋଠାଘର ମଧ୍ୟରୁ ଜଣେ ଅଚିହ୍ନା ଯୁବକର ଗଳିତ ମୃତଦେହକୁ ପୁଲିସ ରବିବାର ଜବତ କରିଛି। ଉକ୍ତ କୋଠାର ଲିଫ୍ଟ ଘର ମଧ୍ୟରେ ଯୁବକ ଜଣକ ତଳକୁ ମୁହଁମାଡି ପଡିଥିବା ବେଳେ ଶରୀର ସାରା ପୋକ ସାଲୁବାଲୁ ହେଉଥିବା ପରିଲକ୍ଷିତ ହୋଇଥିଲା। ପାରିପାର୍ଶିକ ଅବସ୍ଥାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ମୃତ ଯୁବକର ପରିଚୟ ଜଣାପଡିନଥିବା ବେଳେ ପୁଲିସ ମୃତଦେହର ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଙ୍ଗାଳୀସାହିରେ ଥିବା ପୁରୁଣା ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା ଅଜୟ ମହାପାତ୍ରଙ୍କ ନିର୍ମାଣାଧିନ ୪ମହଲା ବିଶିଷ୍ଟ କୋଠାଘର ମଧ୍ୟରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ଏ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା, ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ରବିବାର ପୂର୍ବାହ୍ନରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ମାଲିକ ଅଜୟଙ୍କ ଉପସ୍ଥିତିରେ ଘରର ତାଲା ଖୋଲାଯିବାରେ ଉକ୍ତ କୋଠାର ଲିଫ୍ଟ ଘର ମଧ୍ୟରେ ଜଣେ ଅଚିହ୍ନା ଯୁବକ ତଳକୁ ମୁଁହମାଡି ପଡିଥିବା ପରିଲକ୍ଷିତ ହୋଇଥିଲା। ମୃତଦେହଟି ସଂପୂର୍ଣ୍ଣ ପଚିଯାଇ ପ୍ରବଳ ଦୁର୍ଗନ୍ଧ ହେଉଥିବା ବେଳେ ତା’ ଦେହ ସାରା ପୋକ ସାଲୁବାଲୁ ହେଉଥିବା ପରିଲକ୍ଷିତ ହୋଇଥିଲା। ମୃତକ ଜଣକ ଏକ ଗାଢ ନୀଳ ରଙ୍ଗର ଟ୍ରାକ୍‍ସୁଟ୍‍ ଓ ହାଲୁକା ନୀଳ ରଙ୍ଗର ଗଞ୍ଜି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ମୃତକର ଆନୁମାନିକ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଏବଂ ୧୦ରୁ ୧୨ ଦିନ ମଧ୍ୟରେ ଯୁବକର ମୃତ୍ୟୁ ଘଟିଥିବାର ପୁଲିସ ଅନୁମାନ କରୁଛି।


ମୃତକର ପରିଚୟ ଜଣାପଡିନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଠାରୁ ମାତ୍ର ୭୦ମିଟର ବ୍ୟବଧାନରେ ଥିବା ଏହି କୋଠାଘରଟି ୩ମାସ କାଳ ତାଲା ପଡି ବନ୍ଦ ହୋଇ ରହିଥିବା ବେଳେ ତା’ ଭିତରକୁ ଯୁବକ ଜଣକ କିପରି ଗଲେ ସେନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘରକୁ ଲାଗିକରି ଥିବା ଅନ୍ୟଏକ ନିର୍ମାଣାଧିନ ଘରର ଛାତ ଦେଇ ଯୁବକ ଜଣକ ଉକ୍ତ ଘର ମଧ୍ୟକୁ ଯାଇଥାଇପାରେ ଏବଂ ଅସାବଧାନତା ବଶତଃ ଉକ୍ତ ଅର୍ଦ୍ଧନିର୍ମିତ ଲିଫ୍ଟ ଘର ମଧ୍ୟରେ ଖସି ପଡ଼ି ମୃତ୍ୟୁବରଣ କରିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।
ଅନ୍ୟପକ୍ଷରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତେବେ, କେଉଁ ପରିସ୍ଥିତିରେ ଯୁବକ ଜଣକ ଉକ୍ତ ଘର ମଧ୍ୟକୁ ଗଲା ସେନେଇ ପୁଲିସ ଖୋଳତାଡ଼ ଚଳାଇବା ସହ ଯୁବକଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏହି ଘଟଣାଟି ଗୁଡିଆପୋଖରୀ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories