www.samajalive.in
Sunday, December 7, 2025
14.1 C
Bhubaneswar

ସୁସ୍ଥ ସମାଜ ଗଠନରେ ଯୁବ ବର୍ଗର ଭୂମିକା ଗୁରୁତ୍ବପୂର୍ଣ୍ଣ

ନବରଙ୍ଗପୁର:ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରି ସାହୁ ସ୍ବାଗତ ଅଭିଭାଷଣ ଦେବା ସହ ସୁସ୍ଥ ସମାଜ ଗଠନରେ ଯୁବ ବର୍ଗର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ନବରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ହୃଷୀକେଶ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବ ସଂସ୍କାର କାର୍ୟ୍ୟକ୍ରମର ଉଦେଶ୍ୟ ଓ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।

 

- Advertisement -

ସଂଯୋଜିକା ତାହିରା ବେଗମ ଛାତ୍ରୀ ମାନଙ୍କୁ ଯୁବ ସଂସ୍କାର କାର୍ୟ୍ୟକ୍ରମର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ମହିଳା ମହବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ସଂଯୁକ୍ତା ପଣ୍ଡା କାର୍ୟ୍ୟକ୍ରମ ପରିଚଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ବିନୋଦ ପ୍ରଧାନ, ଏନଏନ ଖୋସଲା, ରଞ୍ଜୁସା ପ୍ରହରାଜ, ତରାନୁମ୍ ଆରା, ଡ.ଏମ ରୋହିଣୀ ରାଣୀ, ସୁନୀତା ପାତ୍ର, ତ୍ରୀପତି ମାଳି, ଭୁବନ ହରିଜନ, ପଞ୍ଚାନନ ଦାସ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀ ସହଯୋଗ କରିଥିଲେ। ତାହୀରା ବେଗାମ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories