ଏକ ଦିବସୀୟ ଶିଶୁ ସୁରକ୍ଷା କର୍ମଶାଳା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଡାକ୍ତରଖାନାର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗର ସମ୍ମିଳନୀ କକ୍ଷରେ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଦିବସୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପିକକ ୱାନ ଭିଜନ ଭୁବନଶ୍ୱେର, ଜର୍ମାନ କର୍ପୋରେସନ ଏନଏସିଜି ସହାୟତା କରିଥିଭା ବେଳେ ଅତିଥି ରୂପେ ଡ. ଚିତ୍ତରଞ୍ଜନ ପ୍ରସାଦ ଯୋଗ ଦେଇଥିଲେ । ରାଜ୍ୟ ସଂଯୋଜକ ଚନ୍ଦନ ନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟକୁ ଉପସ୍ଥାପନା କରିଥିଲେ । ଡ. ସୀମା ପେରେଇ ଏଚଡି, ଏଫଏସଟି, ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଶିଶୁ ମାନଙ୍କୁ କିପରି ବ୍ୟବହାର କରାଯିବ, ଡାକ୍ତରୀ ମାଇନା କରିବା ସମୟରେ କେଉଁ କେଉଁ ଆଇନଗତ ଦିଗ ପ୍ରତି ଧ୍ୟାନ ଦେବା, ଜଣେ ଡାକ୍ତରଙ୍କ ଭୂମିକା କଣ ରହିବ ଇତ୍ୟାଦି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
କର୍ମଶାଳାରେ ଯୋଗ ଦେଇଥିବା ଡା. ସତ୍ୟସାଇ ପଣ୍ଡା, ଶିଶୁ କଲ୍ୟାଣ ସଦସ୍ୟା ପୁଷ୍ପାରାଣୀ ମହାପାତ୍ର, ବାଣୀ ମହାପାତ୍ର ପ୍ରମୁଖ ଡବ୍ଲ୍ୟୁଏଚଓ, ଏମବ୍ଲ୍ୟୁସିଡି, ଭାରତ ସରକାରଙ୍କ ବିଭିନ୍ନ ଗାଇଡଲାଇନ, ପୋକସୋ ଆଇନ, ଷ୍ଟେନ ହୋଲଡର, ପିଡିତ ଶିଶୁ ମାନଙ୍କର ମାନସିକ ସ୍ଥିତି, ଲକ୍ଷଣ ଆଦି ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଆଦର୍ଶ ଅନୁଷ୍ଠାନର ସଚିବ ପ୍ରଦୀପ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଉମାକାନ୍ତ ଜେନା, ରାମେଶ୍ୱର ଭୋଇ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ । ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜିକା ଜ୍ୟୋତି ଶତପଥୀ ଆଇନର ସେବା ଉପରେ ଆଲୋକପାତ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.