www.samajalive.in
Monday, December 15, 2025
15.1 C
Bhubaneswar

ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଯୋଧପୁରର ଏକ କୋର୍ଟ ସ୍ଥାନୀୟ ପୁଲିସକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଡଃ ଭୀମରାଓ ଆମ୍ବେଦକରଙ୍କ ସଂପର୍କରେ ପାଣ୍ଡ୍ୟାଙ୍କ ଟ୍ୱିଟର୍‍ ଆକାଉଣ୍ଟରେ କେତେକ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିବା ଦର୍ଶାଇ ଆଇନଜୀବୀ ଡିଆର ମେଘୱାଲଙ୍କ ତରଫରୁ କୋର୍ଟରେ ଅଭିଯୋଗ କରାଯାଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦିକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ଥାନୀୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ତେବେ ଯେଉଁ ଟ୍ୱିଟର୍‍ ଆକାଉଣ୍ଟରେ ଆପତ୍ତିଜନକ ଟିପ୍ପଣୀ ଲେଖା ହୋଇଥିଲା ତାହା ପାଣ୍ଡ୍ୟାଙ୍କର ନୁହେଁ ବୋଲି ଜଣାପଡ଼ିଛି।
ଟିପ୍ପଣୀ ଆସିଥିବା ଆକାଉଣ୍ଟ ‘ଶ୍ରୀହାର୍ଦିକ ୩୭୭୭’ ହୋଇଥିବା ବେଳେ ପାଣ୍ଡ୍ୟା ସର୍ବଦା ବ୍ୟବହାର କରୁଥିବା ଆକାଉଣ୍ଟଟି ହେଉଛି ‘ହାର୍ଦିକପାଣ୍ଡ୍ୟା ୭’। ଶ୍ରୀହାର୍ଦିକ ୩୭୭୭ ଆକାଉଣ୍ଟରେ ଦିଆଯାଇଥିବା ଟିପ୍ପଣୀ ଅନୁଯାୟୀ ‘ଆମ୍ବେଦକର କିଏ ? ସେ ସେହିବ୍ୟକ୍ତି ଯେକି ଆଇନ ଓ ସମ୍ବିଧାନକୁ ଠିକ୍‍ ଭାବେ ପ୍ରସ୍ତୁତ କରିନଥିବା ଏବଂ ସଂରକ୍ଷଣ ଭଳି ଏକ ବ୍ୟାଧି ଦେଶକୁ ଦେଇଥିବା’ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ରାଷ୍ଟ୍ରୀୟ ଭୀମ ଆର୍ମି ସଂଗଠନ ତରଫରୁ ପ୍ରତିବାଦ ହୋଇଥିଲା। ଏଭଳି ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭାବନାକୁ ଆଘାତ ଦେବା ସହ ଆମ୍ବେଦକରଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଥିଲା। ଏହି ସଂଗଠନର ସଦସ୍ୟ ତଥା ଆଇନଜୀବୀ ଡିଆର ମେଘୱାଲ୍‍ ଏ ସଂପର୍କରେ ଯୋଧପୁରର ଲୁନି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିବାକୁ ଯାଇଥିଲେ। ତେବେ ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ଥାନାଅଧିକାରୀ କହିବା ପରେ ସେ ଯୋଧପୁର ପୁଲିସ କମିସନରଙ୍କୁ ସାକ୍ଷାତ କରି ମାମଲା ରୁଜୁ କରିବାକୁ ନିବେଦନ କରିଥିଲେ। ସେଠାରେ ମଧ୍ୟ ନିରାଶ ହେବା ପରେ ମେଘୱାଲ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ଶୁଣାଣି କରି ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories