www.samajalive.in
Monday, December 15, 2025
14.1 C
Bhubaneswar

ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା

ସମ୍ବଲପୁର :  ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଦୁଇ ଦିବସୀୟ ସର୍ବଭାରତୀୟ ରେଳବାଇ ସୁରକ୍ଷା ବଳ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ରେଳବାଇ କମ୍ୟୁନିଟି ହଲ ଠାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ, ପୂର୍ବ ରେଳବାଇ, କେନ୍ଦ୍ରୀୟ ରେଳବାଇ, ପଶ୍ଚିମ ରେଳବାଇ, ଦକ୍ଷିଣ ରେଳବାଇ, ୩ ବିଏନଡି/ଆରପିଏସମଏଫ/ଏଲକେ, ୮ ବିଏନ ଆରପିଏସଏଫ / ସିଆରଜେ ଏବଂ ୧୨ ବିଏନ ଆରପିଏମଏଫ / ଟିଏଚକେ ର ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗୀତାର ଉଦଘାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂହ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ, ଅସୁସ୍ଥତା ଓ ରୋଗରୁ ମୁକ୍ତି ପ୍ରଦନା କରିଥାଏ। ଏହା ଦ୍ୱାରା ବ୍ୟକ୍ତିର ଶାରିରୀକ, ମାନସିକ ଓ ସାମାଜିକ ସୁସ୍ଥ ରହିଥାଏ ବୋଲି ମୁଖ୍ୟ ଅତିଥି ସିଂହ କହିଛନ୍ତି।

ଏହି ପ୍ରତିଯୋଗୀତାରେ ବଳବୀର ସିଂହ ମୀନା ମିଷ୍ଟର ଆରପିଏଫ ରୂପେ ପୁରସ୍କୃତ ହୋଇଛନ୍ତି । ସେହିଭଳି ୫୫ କିଗ୍ରା ବର୍ଗରେ ଅମିତ କୁମାର ସିଂ, ୬୦ କିଗ୍ରା ବର୍ଗରେ ଏନ. ସେନଥିଲ କୁମାର, ୬୫ କିଗ୍ରା ବର୍ଗରେ ବିକାଶ କୁମାର ମେହେର, ୭୦ କିଗ୍ରା ବର୍ଗରେ ଏମ. କେ. ବାରିକ, ୭୫ କିଗ୍ରା ବର୍ଗରେ ଏମ. ପିଟର, ୮୦ କିଗ୍ରା ବର୍ଗରେ ବଳବୀର ସିଂ ମୀନା, ୮୫ କିଗ୍ରା ବର୍ଗରେ ଅଜୟ କୁମାର ଗୁଜ୍ଜର, ୯୦ କିଗ୍ରା ବର୍ଗରେ ରବି କୁମାର, ୯୫ କିଗ୍ରା ବର୍ଗରେ ଗୋପାଳ ଦତ୍ତ ଏବଂ ୧୦୦ କିଗ୍ରା ବର୍ଗରେ ବିଜୟ ଅମାନ୍ଦେ ବିଜୟୀହୋଇଛନ୍ତି ।

- Advertisement -

ପ୍ରତିଯୋଗୀତାରେ ବିଚାରକ ରୂପେ ବରିଷ୍ଠ କ୍ରିଡା ସଙ୍ଗଠକ ବିଶ୍ୱମ୍ବର ବହିଦାର, ଡୋଳାମଣି ମେହେର, ଶିଶିର ବହିଦାର, ସୁଜିତ ମହାନ୍ତି ଦାୟିତ୍ୱ ତୁଲାଇଥିବା ବେଳେ ସୋମନାଥ ପଟ୍ଟନାୟକ ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ସମସ୍ତ ବିଜୟୀ ଖେଳାଳି ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଡିଏସସି ସମ୍ବଲପୁର ଅନୁପ ଗୋରିଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ରେଳବାଇର ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ଅନେକ କ୍ରିଡାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories