www.samajalive.in
Sunday, December 14, 2025
19.1 C
Bhubaneswar

ଶିକ୍ଷା ପ୍ରଶାସକ ଅଜୟ କୁମାର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

କଟକ : କଟକ ମହାନଗରର ଜଗତପୁରସ୍ଥିତ ତରୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଟାଙ୍ଗୀ ଚୌଦ୍ବାର ବ୍ଲକ ଶିକ୍ଷକ ମହାସଂଘ ଆନୁକୁଲ୍ୟରେ ଶିକ୍ଷା ପ୍ରଶାସକ ଅଜୟ କୁମାର ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ କଟକ ମହାନଗର ନିଗମର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ମୁଖ୍ୟ ବକ୍ତା ଭାବେ ଅଲ୍ ଓଷ୍ଟାର ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ବରେଣ୍ୟ ଅତିଥି ଭାବେ ଟାଙ୍ଗୀ ଚୌଦ୍ବାର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ସାହୁ, କଟକ ସଦରର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ଵତୀ କାନୁନଗୋ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କଳ୍ପନା ନାୟକ, କଟକ ସଦର ବିଆରସିସି ଅନନ୍ତ ଚରଣ ଦେହୁରୀ, କଟକ ସଦର ୟୁଆରସିସି ସରୋଜିନୀ ମିଶ୍ର, ନାନକାର ନୋଡାଲ ସାଧନ କେନ୍ଦ୍ର ସଂଯୋଜକ ରଣଜୀତ ଗୁରୁ, ପ୍ରଭାକର ପ୍ରଧାନ, ସୁଦର୍ଶନ ପାଣି, ଟାଙ୍ଗୀ ଚୌଦ୍ବାର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବ୍ରହ୍ମା, କଟକ ଜିଲ୍ଲା ଅଲ୍ ଓଷ୍ଟାର ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ଲେଙ୍କା ଓ ଉପ ସଭାପତି ବିଭୂତି ଭୂଷଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରସନ୍ନ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷକ ନେତା ଧୀରେନ୍ଦ୍ର କୁମାର ଜେଠୀ ମଞ୍ଚ ପରିଚାଳନା କରିଥିଲେ ଓ ସଞ୍ଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତୀମା ପତି, ବାସନ୍ତୀ ପ୍ରଧାନ, ସୁକାନ୍ତ ନାୟକ, ପ୍ରିୟଦର୍ଶୀ ନାୟକ, ମାଧବ ଚନ୍ଦ୍ର ବେହେରା, ହେମନ୍ତ ସାହୁ, ମନୋଜ କୁମାର ମହାନ୍ତି, ଦିଲ୍ଲୀପ ବାରିକ ଓ ବାବନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories