www.samajalive.in
Monday, December 15, 2025
14.1 C
Bhubaneswar

ରାଜ୍ୟରେ ହାଇକୋର୍ଟର ୨ଟି ବେଞ୍ଚ ପ୍ରତିଷ୍ଠା ଜରୁରୀ : ବିଧାୟକ ନାଉରୀ ନାୟକ

ସମ୍ବଲପୁର :  ଓଡିଶା ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ୨ଟି ବେଞ୍ଚ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପ୍ରତିଷ୍ଠା ପାଇଁ ଦାବି ଚାଲି ଆସୁଛି । ଏବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରରେ ଆଇନକୁ ପହଞ୍ଚାଇବା ଓ ଆଞ୍ଚଳିକ ବୈଶ୍ୟମତାକୁ ଦୂର କରିବା ପାଇଁ ରାଜ୍ୟରେ ଉଚ୍ଚ ନ୍ୟାୟାଳୟର ୨ଟି ବେଞ୍ଚ ସ୍ଥାପନ ଜରୁରୀ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ପତ୍ର ପ୍ରେରଣ ଏବଂ ପରେ ବେଞ୍ଚ ପ୍ରତିଷ୍ଠାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟ ଓକିଲ ସଂଘର ବିରୋଧକୁ ବିଧାୟକ ନାଉରୀ ନାୟକ ଗମ୍ଭିରତାର ସହିତ ନେଇଛନ୍ତି ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସୀ ସୂଚନା ଦେଇଛନ୍ତି। ବିଧାୟକ ନାୟକଙ୍କ ତରଫରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଗତ ୧ ତାରିଖରେ ଜାତୀୟସ୍ତରର ଏକ ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ସ୍ଥାପନ ନିମନ୍ତେ କେନ୍ଦ୍ର ଆଇନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ପଶ୍ଚିମାଞ୍ଚଳବାସୀ ଓ ଦକ୍ଷିଣାଞ୍ଚଳବାସୀ ସ୍ୱାଗତ କରୁଛନ୍ତି। ତେବେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କ୍ରିୟାଶୀଳ ହୋଇ ଉଚ୍ଚ ନ୍ୟାୟାଳୟ ଓକିଲ ସଂଘ କଟକ ପକ୍ଷରୁ ୨ଟି ବେଞ୍ଚ ପ୍ରତିଷ୍ଠାକୁ ବିରୋଧ କରି ଗ୍ରହଣ କରାଯାଇଥିବା ସଂକଳ୍ପକୁ ପଶ୍ଚିମାଞ୍ଚଳବାସୀଙ୍କ ତରଫରୁ ବିଧାୟକ ନାୟକ ଦୃଢ଼ ନିନ୍ଦା କରୁଛନ୍ତି । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଉଚ୍ଚ ନ୍ୟାୟାଳୟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଦାବି ବହୁ ପୁରଣା ଓ ନାଯ୍ୟ ଦାବି। ଏହା ବିଚାର ବିଭାଗୀୟ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରିବା ସହିତ ବିଚାର ପ୍ରକ୍ରିୟାକୁ ଆହୁରି ସରଳ ଓ ସହଜ କରିବ । ପ୍ରତ୍ୟେକ ପରିବାରର ଦ୍ୱାରଦେଶରେ ଆଇନ ବ୍ୟବସ୍ଥ୍ୟାକୁ ପହଞ୍ଚାଇବା ପାଇଁ ଏହା ଏକ ମାଇଲ ଖୁଣ୍ଟ ହେବ। ଏଥି ସହି ଏହି ପ୍ରସଙ୍ଗ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡିତ । ଯଦି ବେଞ୍ଚ ପ୍ରତିଷ୍ଠାକୁ ନେଇ ଏଭଳି  ବିରୋଧ ହୁଏ, ତାହା ହେଲେ ଆଞ୍ଚଳିକ ବୈଶ୍ୟମତା ବୃଦ୍ଧି ପାଇବ ଏବଂ ଭିନ୍ନ ରାଜ୍ୟ ପ୍ରତିଷ୍ଠା ଆନ୍ଦୋଳନକୁ ଆହୁରୀ ବଳ ମିଳିବ, ଯାହା ସମଗ୍ର ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଏଣୁ ରାଜ୍ୟବାସୀଙ୍କ ବୃହତ୍ତର ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ୨ଟି ବେଞ୍ଚ ପ୍ରତିଷ୍ଠା କାର୍ଯ୍ୟ ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦିଅନ୍ତୁ । ଏଥି ସହ ପଶ୍ଚିମାଞ୍ଚଳବାସୀ ଓ ଦକ୍ଷିଣାଞ୍ଚଳବାସୀଙ୍କ ନାଯ୍ୟ ଓ ପୁରୁଣା ଦାବୀକୁ କୌଣସି ସ୍ତରରେ ବିରୋଧ କରା ନ ଯାଉ ବୋଲି ବିଧାୟକ ନାଉରୀ ନାୟକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories