www.samajalive.in
Friday, December 12, 2025
26.1 C
Bhubaneswar

ବଡସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଡ଼ସାହି : ମଙ୍ଗଳବାର ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ବଡ଼ସାହି ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଉତ୍କଳ ଶିକ୍ଷା ପରିଷଦ ମାର୍ଗଦର୍ଶନରେ ବାଣୀପୀଠ ଦ୍ୱାରା ପରିଚାଳିତ ବିବେକାନ୍ଦ ଶିକ୍ଷା କେନ୍ଦ୍ର(ଆବାସିକ) ଆନୁକୂଲ୍ୟରେ ଇକୋକ୍ଲବ ଦ୍ୱାରା ଉଭୟଙ୍କ ଜୟନ୍ତୀ ପାଳନ ଅବସରରେ ପୂର୍ବାହ୍ନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଧୂପଦୀପ ତଥା ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ରଛାତ୍ରୀ ତଥା ଗୁରୁଜୀ ଗୁରୁମାଙ୍କ ଦ୍ୱାରା ଏକ ପରିବେଶ ସଚେତନତା ରାଲି ସହର ପରିକ୍ରମା କରିିଥିଲା। ପିଲାମାନେ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ ଓ ପଲିଥିନ ହଟାଅ ଉପରେ ସ୍ଲୋଗାନ ଦେବା ସହିତ ଆଖ ପାଖ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲେ। ବଜାର ମଧ୍ୟଭାଗରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ସହର ପରିକ୍ରମା ପରେ ଶିକ୍ଷାକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ପରେ ଶିକ୍ଷାକେନ୍ଦ୍ର ପରିସରରେ ଥିବା ବାଣୀଭବନରେ ଅନୁଷ୍ଠନର ସଭାପତି ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଇଂ ବ୍ରଜମୋହନ ହାଁସ୍‍ଦାଃ ଓ ମୁଖ୍ୟବକ୍ତା ଭାବେ ଷ୍ଟାଲିନ୍‍ କୁମାର ମାଇତି ଯୋଗଦାନ କରି ଦୁଇ ମହାତ୍ମାଙ୍କ ଗୁଣାବଳୀ ଉପରେ ବହୁ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥିଭବେ ପ୍ରଭଞ୍ଜନ ମହାପତ୍ର ଆଦି ଯୋଗଦାନ କରିଥିଲେ। ଇକୋକ୍ଲବ ଅଧିକାରୀ ଯୋଗେଶ୍ୱର ସାହୁ ଓ ରଞ୍ଜିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଶୁଭଦ୍ରା ମୁର୍ମୁ, ଦ୍ୱିତୀୟ ଫୁଲମଣି ସୋରେନ ଓ ତୃତୀୟ ଜଲି ସିଂ ହୋଇଥିବା ବେଳେ ବକ୍ତୃତ ପ୍ରତିଯୋଗିତାରେ ପ୍ରଥମ ସୁଶାନ୍ତି ବିନ୍ଧଣୀ, ଦ୍ୱିତୀୟ ବିଜୟ କୁମାର ବେହେରା ଓ ନରୋତ୍ତମ ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ବରିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅଭିଷେକ ସିଂ, ଦ୍ୱିତୀୟ ନବଜ୍ୟୋତି ସାହୁ, ତୃତୀୟ ଗଣେଷ ବେଶ୍ରା ଓ ଚିତ୍ରାଙ୍କନ କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିଲେ ଦେବକିଶୋର ସିଂ, ଦ୍ୱିତୀୟ ରାଜକିଶୋର ବାସ୍କେ ଓ ତୃତୀୟ ସ୍ଥାନ ଦିଗ୍‍ବିଜୟ ମୁର୍ମୁ । ଶେଷରେ ପ୍ରଧାନ ଅଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories