www.samajalive.in
Friday, December 12, 2025
26.1 C
Bhubaneswar

ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ଜଷ୍ଟିସ ରଞ୍ଜନ ଗୋଗେଇ

ନୂଆଦିଲୀ : ଜଷ୍ଟିସ ରଞ୍ଜନ ଗୋଗେଇ ଆସନ୍ତାକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।  ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ଗତ ୧୩ ତାରଖରେ ରାଷ୍ଟ୍ରପତି, ଜଷ୍ଟିସ ଗୋଗେଇଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ।

୧୯୫୪ ମସିହା ୧୮ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଗୋଗେଇ ୧୯୭୮ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ସମ୍ବିଧାନ, ଟିକସ ଏବଂ  କମ୍ପାନୀ ସଂପର୍କୀୟ ମାମଲାକୁ ନେଇ ଗୌହ୍ବାଟୀ ହାଇକୋର୍ଟରୁ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ ମସିହା ଫେବୃଆରୀ ୨୮ ତାରିଖରେ ସେ  ଗୌହ୍ବାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।  ୨୦୧୦ ମସିହା  ୦୯  ସେପ୍ଟେମ୍ବରରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ। ପରେ ୨୦୧୧ ମସିହା ୧୨ ଫେବୃଆରୀରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେହିପରି ୨୦୧୨ ମସିହା  ଅପ୍ରେଲ ୨୩ରେ ସେ ସୁପ୍ରିମକୋର୍ଟର ବିଚାରପତି  ଭାବେ ନିଯୁକ୍ତ ହୋଇଥିଲେ।

- Advertisement -

ସୋମବାର ସୁପ୍ରିମକୋର୍ଟ ପରିସରରେ ଆୟୋଜିତ ଅବସରକାଳୀନ ସଭାରେ ଉଦ୍‍ବୋଧନ ଦେଇ ଜଷ୍ଟିସ୍‍ ଦୀପକ ମିଶ୍ର କହିଥିଲେ, ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଏକ ଦୃଢ଼ ସଂସ୍ଥା ଯେଉଁଠାରେ ଅସଂଖ୍ୟ ମାମଲାର ସମାଧାନ କରିବାର ସାମର୍ଥ୍ୟ ରହିଛି। ସେ କହିଛନ୍ତି, ଆମ ନ୍ୟାୟ ପାଳିକା ବିଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ ନ୍ୟାୟିକ ବ୍ୟବସ୍ଥା। ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବା ଦୃଷ୍ଟିରୁ ନ୍ୟାୟିକ ସ୍ୱାଧୀନତା ସୁଦୃଢ଼ ହୋଇପାରିଛି। ସେ କହିଛନ୍ତି, ସୁପ୍ରିମକୋର୍ଟ ବାର ଆସୋସିଏସନ ବିଚାରପତିମାନଙ୍କୁ ପ୍ରକୃତ ବାସ୍ତବତା ସହ ପରିଚିତ କରାଇଥା’ନ୍ତି ଏବଂ ଏକ ଦୃଢ଼ ସେତୁ ଭଳି କାର୍ଯ୍ୟ କରିଥା’ନ୍ତି। ବାର୍‍ ଆସୋସିଏସନରେ ଯୁବ ଆଇନଜୀବୀମାନଙ୍କ ବହୁତ କିଛି ଶିଖିବାକୁ ମିଳିଥାଏ । ତେଣୁ ବାର୍‍ ଓ ଯୁବ ଆଇନଜୀବୀମାନଙ୍କ ଜ୍ଞାନ ଗରିମାକୁ ଉଚିତ ସ୍ଥାନ ମିଳିବା ଆବଶ୍ୟକ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories