www.samajalive.in
Sunday, December 14, 2025
17.1 C
Bhubaneswar

ବେଲଜିୟମ, ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ; ଓଡ଼ିଶାରୁ କେବଳ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଜୁନ୍‌ ୧୧ରୁ ୨୨ ମଧ୍ୟରେ ୬ଟି ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ମ୍ୟାଚ ଖେଳିବ। ଭାରତ ଆଣ୍ଟୱାର୍ପରେ ଜୁନ୍‌ ୧୧ ଓ ୧୨ରେ ବେଲଜିୟମ ,୧୮ ଓ ୧୯ରେ ରୋଟରଡାମରେ ଆର୍ଜେଣ୍ଟିନା ଓ ୨୧ ଓ ୨୨ରେ ଆମେରିକା ବିପକ୍ଷରେ ଏଫ୍‌ଆଇଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଖେଳିବ। ବେଲଜିୟମ ଓ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଲାଗି ୨୪ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀ ରାମପାଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଗୋଲରକ୍ଷକ ସବିତା ପୁନିଆ ଅଧିନାୟିକା ରହିଛନ୍ତି।

ଟୋକିଓ ଅଲିମ୍ପିକ୍‌ସ ପରେ ରାଣୀ ପ୍ରଥମ ଥର ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଆହତ ପାଇଁ ରାଣୀ ରିହାବିଲିଟି ସେଣ୍ଟରରେ ରହି ଚିକିତ୍ସିତ ହେଉଥିଲେ। ଫଳରେ ଭୁବନେଶ୍ବରରେ ଖେଳାଯାଇଥିବ​‌ା ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚରୁ ରାଣୀ ବାଦ୍‌ ପଡିଥିଲେ। ଅଭିଜ୍ଞ ଡିଫେଣ୍ଡର ଦୀପ୍‌ଗ୍ରେସ ଏକ୍କା ଉପଅଧିନାୟିକା ରହିଥିବାବେଳେ ବିଚୁ ଦେବୀ କାରିମବାମ, ଇସିକା ଚୌଧୁରୀ, ଅକ୍ଷତା ଆବାସ ଢୋକ୍‌ଲେ, ବଲଜିତ କୌର, ସଙ୍ଗୀତା କୁମାରୀ ଓ ଦୀପିକା ଦଳରେ ସ୍ଥାନ ପାଇଛନ୍ତି। ଦଳରେ ଦୀପ୍‌ଗ୍ରେସ ଏକ୍କା ଏକମାତ୍ର ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନ କହିଛନ୍ତି, ୟୁରୋପ ଗସ୍ତରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଆମ ପାଇଁ ଗୁୁରୁତ୍ବପୂର୍ଣ୍ଣ। ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ପାଇଁ ଉକ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରସ୍ତୁତିରେ ସହାୟକ ହେବ ବୋଲି ସ୍କୋପମ୍ୟାନ କହିଛନ୍ତି। ଭାରତ ୮ଟି ମ୍ୟାଚରୁ ୪ଟି ବିଜୟ, ୩ଟି ଡ୍ର ଓ ଗୋଟିଏ ପରାଜୟ ସହ ୨୨ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।

- Advertisement -

ଭାରତୀୟ ଦଳ : ସବିତା (ଅଧିନାୟିକା), ବିଚୁ ଦେବୀ କାରିମବାମ୍‌ (ଗୋଲରକ୍ଷକ), ଦୀପ୍‌ଗ୍ରେସ ଏକ୍କା (ଉପ ଅଧିନାୟିକା), ଗୁରୁଜିତ୍‌ କୌର, ନିକ୍କି ପ୍ରଧାନ, ଉଦିତା, ଇସିକା ଚୌଧୁରୀ, ଅକ୍ଷତା ଆବାସ ଢୋକ୍‌ଲେ (ସମସ୍ତେ ଡିଫେଣ୍ଡର), ନିଶା, ସୁଶିଳା ଚାନୁ ପୋଖରିବାମ, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସାଲିମା ଟେଟେ​‌, ବଲଜିତ କୌର (ସମସ୍ତେ ମଧ୍ୟଭାଗ ଖେଳାଳି), ବନ୍ଦନା କଟାରିଆ, ଲାଲରିମସିଆମି, ନବନିତ୍‌ କୌର, ଶର୍ମିଳା ଦେବୀ,ସଙ୍ଗୀତା କୁମାରୀ, ଦୀପିକା, ରାଣୀ ରାମପାଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories