www.samajalive.in
Sunday, December 14, 2025
19.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳା: ଭାରତୀୟ ଦଳ ଘୋଷଣା ଆଜି

ମୁମ୍ବଇ: ଜୁନ୍‌ ୯ରୁ ୧୯ ପର୍ଯ୍ୟନ୍ତ ଘରୋଇ ଭାରତ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ। ଏହି ଗସ୍ତ ପାଇଁ ଘରୋଇ ଭାରତୀୟ ଦଳର ଘୋଷଣା ରବିବାର କରାଯିବ। ଫିଟ୍‌ ହୋଇ ଭଲ ବ୍ୟାଟିଂକରିବା ସହ ବୋଲିଂ କରୁଥିବା ହାର୍ଦିକ ପାଣ୍ଡ୍ୟା ଓ ଫର୍ମରେ ଥିବା ଓପ୍‌ନର ଶିଖର ଧାୱନଙ୍କ ମଧ୍ୟରୁ ଜଣେ ଦଳର ନେତୃତ୍ବ ନେବେ। ଏଦୁହେଁଙ୍କ ସହ ଦିନେଶ କାର୍ତ୍ତିକ ଦଳକୁ ଫେରିପାରନ୍ତି। ଆଇପିଏଲ୍‌ରେ ଫିନିସର ଭୂମିକାରେ କାର୍ତ୍ତିକ ଭଲ ପ୍ରଦର୍ଶନ କରିଛନ୍ତି।

ହାର୍ଦିକଙ୍କ ନେତୃତ୍ବରେ ପ୍ରଥମଥର ଆଇପିଏଲ୍‌ ଖେଳି ଗୁଜରାଟ ଟାଇଟାନ୍‌ସ ଟେବୁଲ ଶୀର୍ଷରେ ରହି କ୍ବାଲିଫାୟର ଖେଳିବ। ପୁଣି ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ଶ୍ରୀଲଙ୍କା ଯାଇ ଶୃଙ୍ଖଳା ଜିତିଥିଲା। ତେବେ ଭାରତ ପାଇଁ ୩ଟିଯାକ ଫର୍ମାଟରେ ଖେଳୁଥିବା କ୍ରିକେଟର; ଯେପରି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍‌. ରାହୁଲ, ଋଷଭ ପନ୍ତ୍ ଓ ଫାଷ୍ଟବୋଲର ଯଶ୍ରପୀତ ବୁମ୍‌ରାଙ୍କୁ ଟି୨୦ ଶୃଙ୍ଖଳା ପାଇଁ ବିଶ୍ରାମ ମିଳିବ। ପୁଣି ଆହତ ଥିବାରୁ ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା ଓ ଦୀପକ ଚହରଙ୍କୁ ମଧ୍ୟ ସ୍ଥାନ ମିଳିନପାରେ। ଏହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳା ସହ ଡବ୍‌ଲିନ୍‌ରେ ଆୟରଲାଣ୍ଡ ବିପକ୍ଷରେ ୨ ମ୍ୟାଚ୍‌ର ଟି୨୦ ଶୃଙ୍ଖଳା ଖେଳିବ। ଆଇପିଏଲ୍‌ର ଚଳିତ ସଂସ୍କରଣ ଭବିଷ୍ୟତର ତାରକାଙ୍କୁ ଆବିଷ୍କାର କରିବାରେ ଲାଗିଛି। ପେସ୍‌ ବୋଲିଂ ବିଭାଗରେ ଉମ୍ରାନ୍ ମାଲିକ୍ ଓ ମୋହସିନ୍‌ ଖାଁ ତାଙ୍କ ଗତି ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ପୁଣି ସ୍ଲଗ୍‌ ଓଭରରେ ବାମହାତି ପେସର୍ ଅର୍ଶଦୀପ ସିଂହ ମଧ୍ୟ ଭଲ ବୋଲିଂ କରୁଛନ୍ତି। ବ୍ୟାଟିଂ​‌େ​‌ର ନୂତନ ପ୍ରତିଭା ଭାବେ ତିଳକ ବର୍ମା ଓ ଦୀପକ ହୁଡାଙ୍କୁ ସ୍ଥାନ ମିଳିପାରେ। ସ୍ପିନ୍ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଦଳରେ ରହିବା ନିଶ୍ଚିତ। ପୁଣି ଚଳିତବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଥିବାରୁ ନବାଗତଙ୍କୁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ସ୍ଥାନଦେଇ ଭବିଷ୍ୟତ ପାଇଁ ଦଳ ଗଢ଼ିବାର ଯୋଜନା ମନୋନୟନକାରୀ କରିଥିବେ ନିଶ୍ଚୟ। ଏହି ୫ଟି ଟି୨୦ ଦିଲ୍ଲୀ, କଟକ, ବିଶାଖାପାଟଣା, ରାଜକୋଟ ଓ ବେଙ୍ଗାଲୁରୁରେ ଖେଳାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories