www.samajalive.in
Sunday, December 14, 2025
14.1 C
Bhubaneswar

କୋଟିଆରେ ଆନ୍ଧ୍ର ଦାଦାଗିରିର ଜବାବ

ପଟ୍ଟାଙ୍ଗି: କୋରାପୁଟ ଜିଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ଦାଦାଗିରିର ଜବାବ ଦେଇଛି କୋରାପୁଟ ଜିଲା ପ୍ରଶାସନ ା ଜିଲାପାଳଙ୍କ ସୁରକ୍ଷା ପ୍ରତିଶ୍ରୁତି ପରେ ପୁଣିଥରେ ନେରେଡ଼ିବାଲସାରେ ପାଣି ପାଇପ ବିଛା ନିମନ୍ତେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନା​‌ଯୋଗ୍ୟ ସୀମାନ୍ତରେ ଉନ୍ନୟନ କାର୍ଯ୍ୟରେ ଅସହିଷ୍ଣୁ ହୋଇ ଆନ୍ଧ୍ର ପ୍ରଶାସନ ବାରମ୍ବାର ଅନୁପ୍ରବେଶ ଜାରି ରଖିବା ସହ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବିଭ୍ରାନ୍ତ ସୃଷ୍ଟି କରି ଆସୁଛି। ଜିଲା ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଜଳ ଜୀବନ ମିଶନ ଯୋଜନାରେ ନେରେଡିବାଲସା ଗ୍ରାମରେ ପାଇପ୍ ବିଛାଇବା ପାଇଁ ଚାଲିଥିବା ଖନନ କାର୍ଯ୍ୟକୁ ପାର୍ବତୀପୁରମ ମାନ୍ୟମ ଜିଲାର ସାଲୁର ମଣ୍ଡଳମ ଅଧିକାରୀ ତଥା ତହସିଲଦାର ଜି.ପାର୍ବତୀ ଗତ ୧୮ତାରିଖ ଦିନ ବନ୍ଦ କରି ଠିକାଦାର ରାଜା କୁମାର ପାତ୍ରଙ୍କୁ ଆଗକୁ ନ ଖୋଳିବା ପାଇଁ ଧମକ ଦେବା ପରେ କାର୍ଯ୍ୟ ବନ୍ଦ ରହିଥିଲା। ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ଜିଲାପାଳ ଅବ୍ଦାଲ ଏମ.ଅଖତରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲାପାଳ ଶ୍ରୀ ଅଖତର କାର୍ଯ୍ୟ ଶୀଘ୍ର ଚାଲୁ କର କୈାଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେ ପୁଲିସ ଫୋର୍ସ ମୁତୟନ କରି ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ତଦନୁଯାୟୀ ଆଜି ଠିକାଦାର ଶ୍ରମିକଙ୍କୁ ଲଗାଇ ଖନନ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କେହି ନିର୍ମାଣ କାର୍ଯ୍ୟରେ ହସ୍ତକ୍ଷେପ କରି ନ ଥିବା ଠିକାଦାରଙ୍କ ସହଯୋଗୀ ଚନ୍ଦ୍ରମୌଳି ଚୌଧୁରୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ଆଜି ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଗ୍ରାମରେ ଲାଗି ରହିଥିବା ଦୀର୍ଘଦିନର ପାନୀୟ ଜଳ ସମସ୍ୟା ଦୂର ହେବାକୁ ଯାଉଥିବାରୁ ସେମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି। ସେହିପରି ଏହି ଯୋଜନାରେ ପଞ୍ଚାୟତର ଅନ୍ୟାନ୍ୟ ୧୦ ଖଣ୍ଡ ଗ୍ରାମରେ ଚାଲିଥିବା କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚାଲିଥିବା ନିର୍ବାହୀ ଯନ୍ତ୍ରୀଙ୍କ ସୂଚନାରୁ ଜଣାପଡିଛି। ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଓ ଜବରଦଖଲ ପ୍ରୟାସକୁ ଜିଲା ପ୍ରଶାସନ ରୋକିବା ଦିଗରେ ଏଭଳି କଠୋର ମନୋଭାବ ପୋଷଣ କଲେ ଆନ୍ଧ୍ର ପ୍ରଶାସନର ମନମାନି ଯଥେଷ୍ଟ ହ୍ରାସ ପାଇବ ବୋଲି ଚର୍ଚ୍ଚା ହେଉଛି ା

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories