www.samajalive.in
Monday, December 15, 2025
27.1 C
Bhubaneswar

ସିଙ୍ଗାରୀ ଘାଟି ପିକଅପ୍ ଦୁର୍ଘଟଣା : ମୃତ ୪ ପରିବାରକୁ ମିଳିବ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

କଲମପୁର :  ଥୁଆମୁଳ-ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ପଞ୍ଚାୟତରୁ ପିଡିଏସ ଚାଉଳ ନେଇ ଏକ ପିକଅପ୍ ଭ୍ୟାନ ଯୋଗେ ନିଜ ଗାଁ ବାର୍ଷିକୋନାକୁ ଫେରୁଥିବା ବେଳେ କଲମପୁର ଥୁଆମୁଳ-ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀଘାଟି ଠାରେ ପିକଅପ୍ ଦୁର୍ଘଟଣା ଘଟିଥିଲା । ଏଥିରେ ଲାଲୁ ମାଝୀ, ଡଙ୍ଗର ମାଝୀ, ଶୋଭାଦେଈ ମାଝୀ ଓ ସାନୁ ମାଝୀ ନାମକ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଇଥିଲା । ପିଡିଏସ ଚାଉଳ ଆଣିବାକୁ ଯାଇ ଏମାନଙ୍କ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ସମଗ୍ର କଳାହାଣ୍ଡିରେ ଆଲୋଡନ ସୃଷ୍ଟି କରିଥିଲା।

ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବୀରାଗୁଡା, ମୁଣ୍ଡିଚୁଆଁ, ଗମ୍ଭାରୀଗୁଡା ଓ ବାର୍ଷିକୋନା ଗ୍ରାମବାସୀଙ୍କ ପାଇଁ ନିଜ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାକୁ ହେଲେ ପାଦ ଚଲା ରାସ୍ତା ରେ ୩ ଗୋଟି ପାହାଡ ଡେଇଁ ଦୀର୍ଘ ୧୮ କିଲୋମିଟର ଯିବାକୁ ହେଇଥାଏ । ଏଥି ପାଇଁ ଅଂଚଳବାସୀ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଗାମନାଗମନ ଭଳି ମୌଳିକ ସୁବିଧାରୁ ବହୁ ଦୂରରେ । ବାରମ୍ବାର ଏହି ଗାମବାସୀଙ୍କ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ନା ପ୍ରଶାସନ ନା ସ୍ଥାନୀୟ ଲୋକ ପ୍ରତିନିଧି କେହି ଗୁରୁତ୍ୱ ଦେଇନଥିଲେ। ଯେଉଁଥିପାଇଁ ଗ୍ରାମବାସୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ଆଣିବା ପାଇଁ ପ୍ରତ୍ୟେକ ପରିବାର ୨ଶହରୁ ଅଧିକ ଟଙ୍କା ଖର୍ଚ୍ଚ କରି ଗାଡି ଭଡା ନେଇ ଯାଇଥାନ୍ତି। ସେହି ଚାଉଳ ଆଣିବାକୁ ଯାଇ ଗତ ୧୭ ତାରିଖ ଦିନ ଦୁର୍ଘଟଣାର ଶିକାର ୪ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ୪ଜଣ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି । ଏହି ଟଙ୍କା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାପାଳଙ୍କ ଜମାଖାତାରେ ଜମା କରାଯାଇଛି। ଖୁବ ଶୀଘ୍ର ମୃତକଙ୍କ ପରିବାରର ମୁଖ୍ୟଙ୍କ ଜମାଖାତାରେ ଏହି ଟଙ୍କା ଜମା କରାଯିବ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories