www.samajalive.in
Monday, December 15, 2025
15.1 C
Bhubaneswar

ଆଉ ୧୪ ଓଟିଏମ୍ ଶ୍ରମିକଙ୍କ ମୃତ୍ୟୁ,ସଂଖ୍ୟା ୭୨୪ଛୁଇଁଲା

ଚୌଦ୍ୱାର : ଦୀର୍ଘ ୨୦ ବର୍ଷ ହେଲା ବନ୍ଦ ପଡ଼ିଥିବା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ(ଓଟିଏମ୍)ର ଆଉ ୧୪ ଜଣ ଶ୍ରମିକ ଓ କର୍ମଚାରୀଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେମାନେ ହେଲେ ଶାଳଗାଁ ଜୟପୁରର ପ୍ରଭାକର ସାହୁ(୬୭), ଚାଞ୍ଚୋ ଗ୍ରାମର ଗୋଲେଖ ଚନ୍ଦ୍ର ସେଠୀ(୬୨), ଆଗ୍ରାହାଟର ସନାତନ ବରାଳ(୭୬), ହରିଅନ୍ତାର ସଂଗ୍ରାମ ରାଉତ(୬୨), ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ର ବ୍ରଜ ଜେନା(୭୦), ୩ନମ୍ବର ୱାର୍ଡ଼ର ଲଛମନ ସାହୁ(୭୦),୧୧ ନମ୍ବରର ନିକୁଞ୍ଜ କୁମାର ସାହୁ(୬୮) ଓ ଶ୍ରୁତି ରଞ୍ଜନ ମିଶ୍ର(୬୫), ଚୌଦ୍ୱାର ଗ୍ରାମର ମାସୁର ଖାନ୍(୭୦), ୭ନମ୍ବର ୱାର୍ଡ଼ର ଭଗବାନ ବେହେରା(୫୫) ଓ ବହୁଗ୍ରାମ ମହାଜନପୁରର ଇନ୍ଦ୍ରମଣୀ ବେହେରା(୭୫) । ଏମାନଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୭୨୪ରେ ପହଞ୍ଚିଲା।

ପ୍ରକାଶଯୋଗ୍ୟ, ଓଟିଏମ୍ ବନ୍ଦ୍ ହେବାପରେ ଏହାର ୨୨୦୦ରୁ ଅଧିକ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ବକେୟା ପ୍ରାପ୍ୟ ନପାଇ ନାନା ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଛନ୍ତି। ୨୦ ବର୍ଷ ଧରି ବେକାର ହୋଇ ବସିଥିବା ଏହି ଶ୍ରମିକ ଓ କର୍ମଚାରୀ ମାନେ ଅର୍ଥାଭାବରୁ ପରିବାର ଭରଣ ପୋଷଣ କରିବା ଦୂରର କଥା ନିଜେ ରୋଗରେ ପଡ଼ିଲେ ଔଷଧ ଟିକେ ପାଇଁ ବାର ଓଳି ତେର ପିଣ୍ଢା ହେଉଛନ୍ତି । ସେମାନଙ୍କ ଝାଳବୁହା ବକେୟା ପ୍ରାପ୍ୟକୁ ଅପେକ୍ଷା କରି କରି ଜଣଙ୍କ ପରେ ଜଣେ ମୃତ୍ୟୁ ବରଣ କରିବାରେ ଲାଗିଛନ୍ତି। ହେଲେ ନା ସରକାର, ନା ପ୍ରଶାସନ, ନା ଅଦାଲତ କେହି ସେମାନଙ୍କ ଦୁଃଖ ବୁଝୁଛି ! ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ବିଭୁ ପ୍ରସାଦ ରଥ, ଦୁଳାଳସେନ ସ୍ୱାଇଁ, ସରୋଜ କୁମାର ନାୟକ, ନବ କିଶୋର ଭୁୟାଁ, ବିଜୟ କୁମାର ସାହୁ ମହେଶ୍ୱର ଦଳାଇ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories