ଆଙ୍କୁଲାରେ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ
ଆଠଗଡ: ଆଠଗଡ ବ୍ଲକର ସମସରପୁର ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମର ମା ଆଙ୍କୁଲେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଧାପତିପୁରସ୍ଥିତ ଶିଳଧାମ ଆଶ୍ରମାଧିଶ ଯଶୋଦାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ କଟକସ୍ଥିତ ଶ୍ୟାମସୁନ୍ଦର ମଠର ମଠାଧିଶ ତଥା ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ରାଧାଚରଣ ଦାସ ମହାରାଜ ଓ ନରସିଂହପୁରର ପଣ୍ଡିତ ନିରଞ୍ଜନ ଶାସେନି ମନୁକର୍ଦ୍ଦମ ସମ୍ବାଦ ଠାରୁ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଦ ପର୍ଯ୍ୟନ୍ତ ପାରାୟଣ କରିବା ସହ ପ୍ରବଚନ ମାଧ୍ୟମରେ ଏହାର ଅର୍ଥ ଶ୍ରଦ୍ଧାଳୁ ସ୍ରୋତାଙ୍କୁ ବୁଝାଉଛନ୍ତି। ବ୍ୟାସ ଯଶୋଦାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ପ୍ରତିଦିନ ସବିଧି ପାରାୟଣ ପୂଜାର୍ଚ୍ଚନା ଓ ସନ୍ଦ୍ୟାରେ ସନ୍ଦ୍ୟା ଆଳତୀ କିର୍ତ୍ତନ ଓ ଆସନ୍ତା ୨୪ତାରିଖ ମଙ୍ଗଳବାର ପୂର୍ଣ୍ଣାହୁତି ସହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ। ଆଙ୍କୁଲା ଗ୍ରାମର ନୃସିଂହଚରଣ ସ୍ୱାଇଁ, ଭିକାରୀ ସ୍ୱାଇଁ, ପିତବାସ ନାୟକ, କୈଳାସ ଚନ୍ଦ୍ର ସାହୁ, କେଦାର ଚନ୍ଦ୍ର ଦଳାଇ, ବନମାଳି ରାଉତ, ବିଦ୍ୟାଧର ସାହୁ ଓ ଇନ୍ଦ୍ରଜିତ୍ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।
Comments are closed.