ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଭୁବନେଶ୍ୱର: ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରଥମେ ‘ସଂଗ୍ରହାଳୟ ଦିବସ’ ପାଳନର ଘୋଷଣା କରିଥିଲା। ୧୯୭୭ରେ ଏହି ସଂଘ ପ୍ରତିଷ୍ଠା ହେବା ପରେ, ସେହି ବର୍ଷ ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ ମେ ୧୮ରେ ପାଳିତ ହେଲା। ବିକାଶଶୀଳ ସମାଜରେ ସଂଗ୍ରହାଳୟର ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସଂଗ୍ରହାଳୟ ଅତୀତର ସ୍ମୃତିସବୁକୁ ସଂରକ୍ଷିତ କରି ରଖେ । ଅତୀତର ସେଇସବୁ ସ୍ମାରକଗୁଡ଼ିକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି । ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା କରିବା ଜରୁରୀ ଅଟେ। ସମସ୍ତେ ମିଳିମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଉଛି।

kalyan agarbati

Comments are closed.