୧୨୩୮ କେଜି ଗଞ୍ଜେଇ ଜବତ, ୩ ଗିରଫ

ମୋହନା: ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦେଶ କ୍ରମେ ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ସନ୍ତୋଷ କୁମାର ନାୟକ ଓ କର୍ମଚାରୀ ଚାନ୍ଦିପୁଟ- ଲୁହାଗୁଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଡେଙ୍ଗମା ଛକ ନିକଟରେ ଏକ ବୋଲେରୋ ମେକ୍ସ ପିକ ଅପ ଗାଡି ନଂ-ଓଡ଼ି୨୫ସି୯୩୧୫କୁ ଅଟକାଇ ସନ୍ଦେହରେ ଯାଞ୍ଚ କରିଥିଲେ। ଏହି ଗାଡିର ପଛପଟ ଡାଲାରେ କିଛି ପ୍ଲାଷ୍ଟିକ ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇକୁ ଅତିରିକ୍ତ ମାଜିଷ୍ଟ୍ରେଟ କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୧୨ ଶହ ୩୮କିଲୋ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟିରୁ ଅଧିକ ହେବ। ଉକ୍ତ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମର ପ୍ରଦୀପ ମାଝୀ (୩୬), ଅଶୋକ ରଣା (୩୬) ଓ ମୋହନା ଥାନା ଅଞ୍ଚଳର ଅଶୋକ ମାଝୀ(୨୨) । ମାଫିଆ ଅଭିଯୁକ୍ତ ମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ଓ ନଗଦ ୪ ହଜାର ଟଙ୍କା ଜବତ ମଧ୍ୟ ହୋଇଛି। ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

kalyan agarbati

Comments are closed.