ଡ୍ୟାନ୍ସ ବାର୍ ଖୋଲିବା ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର: ଡ୍ୟାନ୍ସ ବାର୍ ଓ ମଦ ବିକ୍ରିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି, ଯାହା ଦୁର୍ଭାଗ୍ୟଜନକ। ରାଜ୍ୟରେ ମଦ ବିକ୍ରିକୁ ପ୍ରାଥମିକତା ଦିଆଯିବା ଦ୍ବାରା ସରକାର ଯୁବକ ଏବଂ ଛାତ୍ରଙ୍କୁ ବିପଥଗାମୀ କରିଛନ୍ତି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି।
ସେ କହିଛନ୍ତି, ଡ୍ୟାନ୍ସ ବାର୍‌କୁ ପୁଣିଥରେ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ଭୟଙ୍କର କରିବ। ରାଜଧାନୀରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ସରକାର ସେ ଦିଗରେ ଚିନ୍ତା ନ କରି କେବଳ ଟିକସ ଚିନ୍ତା କରୁଛନ୍ତି। ଡ୍ୟାନ୍ସ ବାର୍‌କୁ ଅନୁମତି ଦେବା ଅର୍ଥ ମହିଳାଙ୍କୁ ଅପମାନିତ କରିବା। ମଦ ପିଇବା କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ପ୍ରଥମ। ଡ୍ୟାନ୍ସ ବାର୍‌ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

kalyan agarbati

Comments are closed.