www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବିତରଣ

ଚୌଦ୍ୱାର: ଓଡ଼ିଆ ଭାଷାର ସୁରକ୍ଷା ତଥା ଶିଶୁ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଟାଙ୍ଗୀ- ଚୌଦ୍ୱାର ବ୍ଲକ୍ ହଳଦୀ ବସନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁବ ଶିକ୍ଷକ ପ୍ରମୋଦ କୁମାର ବେହେରା ଗତ ୨୦୦୬ ମସିହାରୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବିତରଣ ଅଭିଯାନ ଚାଲୁ ରଖିଛନ୍ତି। ଏହି ଅଭିଯାନ ମାଧ୍ୟମରେ ଶ୍ରୀ ବେହେରା ଶୁକ୍ରବାରଦିନ ଚୌଦ୍ୱାରର କଳିଙ୍ଗ ନୋଡ଼ାଲ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଗୋବିନ୍ଦଜୀଉପାଟଣା, ସୁଇପର କଲୋନୀ, ନୂଆସାହି, କପାଳେଶ୍ୱର, ଗଉଡ଼ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପଠୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧୁ ବର୍ଣ୍ଣବୋଧ ପୁସ୍ତକ ବିତରଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେଶ କୁମାର ନାୟକ ଏହିକାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶିକ୍ଷକ ପ୍ରମୋଦ କୁମାର ବେହେରାଙ୍କ ଏତାଦୃଶ ମହତ୍ ଅଭିଯାନକୁ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ମାନଙ୍କ ସମେତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଭୁୟସୀ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟଯେ ଶ୍ରୀ ବେହେରା ନିଜ ସ୍ୱଳ୍ପ ବେତନରୁ କିଛି କିଛି ଅର୍ଥ ସଂଚୟ କରି ସେହି ଅର୍ଥରେ ବର୍ଣ୍ଣବୋଧ ବହି କିଣି ଛାତ୍ର ଛାତ୍ରଛାତ୍ରୀମାନଙ୍କୁ ବିତରଣ ଜାରୀ ରଖିଛନ୍ତି । ଏଯାବତ୍ ସେ ୮ହଜାରରୁ ଉର୍ଦ୍ଧ ବର୍ଣ୍ଣବୋଧ ପୁସ୍ତକ ବିତରଣ କରିଥିବାବେଳେ ବରିଷ୍ଠ ନାଗରିକ ମାନଙ୍କୁ ୩ହଜାରରୁ ଉର୍ଦ୍ଧ ଗାମୁଛା ବଣ୍ଟନ କରିଛନ୍ତି। ଏଥିସହିତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଉପଯୋଗୀ ୩ ହଜାରରୁ ଅଧିକ ଇତିହାସ ଓ ନଗର ବିଜ୍ଞାନ ପୁସ୍ତକ ବଣ୍ଟନ କରିଥିବା ଜଣା ପଡ଼ିଛି। ଏଭଳି ସେବା କାର୍ଯ୍ୟପାଇଁ ତାଙ୍କୁ ବହୁ ସାମାଜିକ, ସାଂସ୍କୃତିକ ତଥା ଶିକ୍ଷାନୁଷ୍ଠାନ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories