www.samajalive.in
Sunday, December 14, 2025
26.1 C
Bhubaneswar

ଚୌଦ୍ୱାର ପଞ୍ଚରାତ୍ର ମହୋତ୍ସବରେ ଶ୍ରଜଗନ୍ନାଥ ମହାତ୍ମ୍ୟ ପ୍ରବଚନ

ଚୌଦ୍ୱାର: ଚୌଦ୍ୱାରରେ ଶ୍ରଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରରେ ପ୍ରତିଦିନ ସଂଧ୍ୟାରେ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ ଅନୁଷ୍ଠିତ ହେଉଛି। ଏହି ପ୍ରବଚନ ଶୁଣିବା ପାଇଁ ସେଠାରେ ବହୁ ଜନ ସମାଗମ ପରିଲକ୍ଷିତ ହେଉଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରବଚକ ସତ୍ୟାନନ୍ଦ ଦାସ ମହାରାଜଙ୍କ ପ୍ରବଚନ ଶ୍ରବଣ କରିବା ପାଇଁ ସଂଧ୍ୟାରୁ ଭକ୍ତ ମାନଙ୍କ ଭିଡ଼ ଜମୁଛି। ଚୌଦ୍ୱାର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୁଲ୍ୟରେ ଆୟାଜିତ ତୃତୀୟ ମହୋତ୍ସବରେ କପାଳେଶ୍ୱର ମନ୍ଦିରରେ ପଞ୍ଚରାତ୍ର ମଣ୍ଡପରେ ସ୍ଥାପିତ ଶ୍ରୀଜୀଉମାନଙ୍କ ଦର୍ଶନ, ନାମ ସଂକୀର୍ତ୍ତନ, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୃତ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଛି।

 

- Advertisement -

ଗୁରୁବାର ସଂଧ୍ୟାରେ ଶିଶୁ ପ୍ରବଚକ କେଶବ ବାବାଙ୍କ ପ୍ରବଚନ ବେଶ ଲୋକାଦୃତ ହୋଇଥିଲା। ଭକ୍ତ ସମାଜର କୃଷ୍ଣଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ଧର, କେଦାରନାଥ ଷଢ଼ଙ୍ଗୀ, ଶୁଭେନ୍ଦୁ ସାମଲ, ବିମଳ ବେଉରା, ଅର୍ଜୁନ ପଣ୍ଡା, ଅଶୋକ କୁମାର ସାହୁ ,ଦେବାଶୀଷ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ।ଆସନ୍ତା ରବିବାର ଦିନ ମହୋତ୍ସବର ଉଦ୍ୟାପନୀ ଉତ୍ସବ ପାଳନ କରାଯିବ ବୋଲି ସମ୍ପାଦକ ଶରତ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories