www.samajalive.in
Monday, December 15, 2025
15.1 C
Bhubaneswar

ଜୟନ୍ତଙ୍କ ବୟାନ: ଶୀଘ୍ର ଶେଷ ହେଉ ପରିକ୍ରମା ମାର୍ଗ, ରାଜନୀତି ନ ହେଉ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରାଯିବାକୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଦାବି କରିଛନ୍ତି। ଶ୍ରୀମନ୍ଦିର ସହ କୋଟି କୋଟି ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ ପରିକ୍ରମାମାର୍ଗକୁ ନେଇ ରାଜନୀତି କରା ନ ଯିବାକୁ ସେ ମତ ଦେଇଛନ୍ତି। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଶ୍ରୀମନ୍ଦିର ସୁରକ୍ଷିତ ଅଛି କି ନାହିଁ ସେ ସମ୍ପର୍କରେ ଏଏସ୍‌ଆଇ ସ୍ପଷ୍ଟ ଉତ୍ତର ଦେଇପାରିବ। ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ହାଇକୋର୍ଟ ରହିତାଦେଶ ଜାରି କରି ନ ଥିବାରୁ କାର୍ଯ୍ୟ ଶୀଘ୍ର ଶେଷ କରାଯିବା ଉଚିତ। ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ କହିଛନ୍ତି। ପରିକ୍ରମାମାର୍ଗ ସମ୍ପର୍କରେ ମତ ପରିବର୍ତ୍ତନ ଏବଂ ବିଜେଡି ସହ ଗୁପ୍ତ ବୁଝାମଣା ଚର୍ଚ୍ଚାକୁ ଶ୍ରୀ ଷଡ଼ଙ୍ଗୀ ଅସ୍ବୀକାର କରିଛନ୍ତି। ଏ ନେଇ ସେ କହିଲେ ଆଇନସମ୍ମତ ଭାବେ ନିର୍ମାଣ କାର୍ଯ୍ୟ କରାଯିବା ସପକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ କୁମାର ପାତ୍ର ମତ ଦେଇଛନ୍ତି। ସେମାନଙ୍କ ଏହି ଯୁକ୍ତିକୁ ସେ ସମର୍ଥନ କରୁଥିବା ଜୟନ୍ତ ପ୍ରକାଶ କରିଛନ୍ତି। ପରିକ୍ରମାମାର୍ଗ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା କୋଠାଗୁଡ଼ିକୁ ଭଙ୍ଗାଯିବା ସହ ଗାତ ଖୋଳା ଯାଇଥିବାରୁ ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ସେ ଦାବି କରିଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କୋଠା ଉଚ୍ଛେଦ ବେଳେ କେହି ବିରୋଧ ନକରି ପରିକ୍ରମାମାର୍ଗ ନିର୍ମାଣକୁ ଏବେ କାହିଁକି ବିରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବିବାଦ‌େର ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନୁରୋଧ କରିଛନ୍ତି। ବିଧାନସଭା ଗୃହ କମିଟି କାହିଁକି ଘଟଣାସ୍ଥଳ ପରିଦର୍ଶନ କରୁନାହିଁ ବୋଲି ପଚାରିବାରୁ ସେ କହିଲେ ଏଥିପାଇଁ ସେ ବହୁବାର ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଏହାଛଡ଼ା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ସମେତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବିଜେପିର କୌଣସି ନେତା ବିରୋଧ କରୁ ନ ଥିବା ସେ କହିଛନ୍ତି। ଶ୍ରୀମନ୍ଦିର ସହ ପୁରୀବାସୀ ଏବଂ ସେବାୟତଙ୍କ ଜୀବିକା ନିର୍ଭର କରୁଥିବାରୁ ପରିକ୍ରମା ମାର୍ଗ ନିର୍ମାଣକୁ ନେଇ ରାଜନୀତି କିମ୍ବା ଅଧିକ ବିବାଦ କରାଯିବା ଉଚିତ ନୁହେଁ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories