ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା, ଝାଡୁଆପଡ଼ା ଓ ମୋଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଗୁରୁବାର ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କୁ ସାକ୍ଷାତକାର କରିଛନ୍ତି। ସମ୍ବଲପୁର ସ୍ଥିତ ତାଙ୍କର ବାସଭବନ ଠାରେ ଏହି ସାକ୍ଷାତକାର ସମୟରେ କରୋନାର କରାଳ ଦୁଇ ବର୍ଷ ପରେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ଚଳିତ ବର୍ଷ ଧୁମଧାମରେ ଆୟୋଜନ କରାଯାଉଥିବା ସର୍ମ୍ପକରେ ସୂଚନା ଦେଇଥିଲେ। ଏଥି ସହ ସରକାରଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ସହାୟତା କ୍ରିୟାନୁଷ୍ଠାନ କମିଟି କୁ ପ୍ରଦାନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ଯାତ୍ରା ଆୟୋଜନ ପାଇଁ ମଧ୍ୟ ସହାୟତା କରିବାକୁ ବୈଠକରେ ଆଲୋଚନା ହୋଇଥିଲା।
ଏ ସର୍ମ୍ପକରେ ବିଧାୟକ ଇଂ ରୋହିତ ପୂଜାରୀ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି ଯାତ୍ରା ପାଇଁ ସହଯୋଗ ରହିଥିବା ବେଳେ କୋଭିଡ ପରେ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ଯେଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥି ପାଇଁ ରାଜ୍ୟ ସରକାର ଓ ପ୍ରଶାସନର ସହାୟତା ରହିବ। ଏହି ସାକ୍ଷାତକାର ସମୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସୁଶାନ୍ତ ପୁରୋହିତ, ପ୍ରଶାନ୍ତ କୁମାର ବରାଇ, ସରୋଜ ଦଲପତ, ଫଣୀଭୂଷଣ ମିଶ୍ର, ଖଡିରତ୍ନ ବେହେରା, ସୁନୀଲ ଦାଶ, ପାର୍ଥସାରଥୀ ମିଶ୍ର, ସମୀର ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ।



