ପାନ ଇଣ୍ଡିଆ ମାଷ୍ଟର କ୍ରୀଡାରେ ଓଡ଼ିଶା ଦଳର ରୌପ୍ୟ ପଦକ ହାସଲ

ସମ୍ବଲପୁର: କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁରେ ପ୍ରଥମ ପେନ ଇଣ୍ଡିଆ ଜାତୀୟ ମାଷ୍ଟର କ୍ରୀଡା ପ୍ରତିଯୋଗୀତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏହି ପ୍ରତିଯୋଗୀତାରେ ଓଡ଼ିଶା ଦଳ ଭାଗ ନେବାକୁ ଗତ ରବିବାର ରାତ୍ରିରେ ରେଳ ଯୋଗେ ଯାଇଛନ୍ତି। ଏହି ପ୍ରତିଯୋଗୀତାରେ ଦିଲିପ ଦଣ୍ଡସେନାଙ୍କ ଅଧିନାୟକତ୍ୱରେ ଦଳ ରୌପ୍ୟ ପଦକ ହାସଲ କରି ରାଜ୍ୟକୁ ଗୌରବ ଆଣି ଦେଇଛି। ପ୍ରତିଯୋଗୀତା ପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଦଳ ୮-୦ ଗୋଲରେ କର୍ଣ୍ଣାଟକ ଦଳକୁ ପରାସ୍ତ କରିଛି। ଏଥିରେ ଯୋଗେନ୍ଦ୍ର ବଢ଼଼ାଇ ୪, ମହମ୍ମଦ ଜିଲାନୀ ୩ ଏବଂ ସିଦ୍ଧାର୍ଥ ପାତ୍ର ଗୋଟିଏ ଗୋଲ ଦେଇଛନ୍ତି। ଦଳର ଏହି ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଉଛି।
ପାନ ଇଣ୍ଡିଆ ମାର୍ଷ୍ଟସ ଗେମ ଫେଡେରେସନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗୀତା, ବାଙ୍ଗାଲୁରୁର ଜୟପ୍ରକାଶ ନାରାୟଣ ୟୁଥ ଟ୍ରେନିଂ ସେଣ୍ଟର (ବିଦ୍ୟାନଗର ସ୍ପୋର୍ଟସ ସ୍କୁଲ) ଠାରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗୀତାରେ ଓଡ଼ିଶା ଦଳରେ ମ୍ୟାନେଜର ଦାୟିତ୍ୱ ଜ୍ୟୋତିପ୍ରକାଶ ମହାପାତ୍ର ତୁଲାଉଥିବା ବେଳେ ଅଧିନାୟକ ଦାୟିତ୍ୱରେ ଦିଲ୍ଲୀପ ଦଣ୍ଡସେନା ରହିଛନ୍ତି। ଦଳରେ ପ୍ରଫୁଲ୍ଲ ଭୋଇ, ମଳୟ ରଞ୍ଜନ ମହାନନ୍ଦ, ଗୋପିନାଥ ପାତ୍ର, କାର୍ତ୍ତିକ ଓରାମ, ଯୋଗେନ୍ଦ୍ର ବଢ଼଼ାଇ, ଲିଙ୍ଗରାଜ ତରିଆ, ମହମ୍ମଦ ଜିଲାନୀ ଓ ସନ୍ତୋଷ ପ୍ରଧାନ ରହିଛନ୍ତି।
Comments are closed.