www.samajalive.in
Monday, December 8, 2025
14.1 C
Bhubaneswar

କଲକାତାରେ ପ୍ରଚାର; ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆଉ ମାତ୍ର ୫୬ ଦିନ ପରେ ପୁରୁଷ ହକି ବିଶ୍ୱକପ ଖେଳାଯିବ।୧୬ଟି ଦେଶକୁ ନେଇ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ଦେଶ ବିଦେଶରେ ହକି ପ୍ରତି ଅଧିକ ସମର୍ଥନ ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସକାଳେ ଓଡ଼ିଶା ଓ ସନ୍ଧ୍ୟାରେ ହକି ସ୍ଲୋଗାନ ସହ ପ୍ରଚାର କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲଣ୍ଡନ, କ୍ୱାଲାଲମ୍ପପୁର, ଲକ୍ଷେ୍ମøରେ ହକି ବିଶ୍ୱକପର ପ୍ରଚାର ପରେ ଏବେ କଲକାତାରେ ପ୍ରଚାର କରାଯାଇଛି।
କଲକାତା ବିମାନ ବନ୍ଦରରେ ଡିଜିଟାଲ ବୋର୍ଡ ଲଗାଯିବା ସହିତ ପ୍ରଚାର ଆରମ୍ଭ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ କୁହନ୍ତି, ହକି ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ବିକାଶର ସହାୟକ ହେଉଛି। କଲକାତାକୁ ଦେଶ ଓ ବିଦେଶର ପର୍ଯ୍ୟଟକ ଆସୁଥିବାରୁ ହକି ବିଶ୍ୱକପ ଓ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ମଧ୍ୟ ହୋଇପାରିବ। ଆଗକୁ ସାରାଦେଶରେ ପ୍ରଚାର କରାଯିବ ବୋଲି ସଚିବ ଶ୍ରୀ ଦେବ କହିଛନ୍ତି। ସେହିଭଳି ଅକ୍ଟୋବର ୧୦ରେ ଉଦ୍‍ଘାଟନ ହେବାକୁ ଥିବା ହକି ଷ୍ଟାଡ଼ିୟମ ଲାଗି ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କଳିଙ୍ଗ ଷ୍ଟାଡ଼ିୟମ ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। ହକି ଗ୍ରାଉଣ୍ଡ, ଫ୍ଲଡ ଲାଇଟ୍‍, ଡ୍ରେସିଂ ରୁମ୍‍, ଗ୍ୟାଲେରୀ ଓ ସୌନ୍ଦର୍ଯ୍ୟକରଣ, ନୂତନ ପ୍ରବେଶ ପଥ କାର୍ଯ୍ୟ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସନ୍ତୋଷବ୍ୟକ୍ତ କରିଥିଲେ। ଅଭ୍ୟାସ ଓ ମୁଖ୍ୟ ହକି ଗ୍ରାଉଣ୍ଡ ନୂଆ ରୂପ ନେଇଛି। ୨୦୧୩ ମସିହାରେ ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡରେ ବିଛାଯାଇଥିବା ବ୍ଲୁ ସିନ୍ଥେଟିକ୍‍ ଟର୍ଫକୁ ହଟାଯାଇ ନୂତନ ଟର୍ଫ ବିଛାଯାଇଛି। ଜର୍ମାନ ବିଶେଷଜ୍ଞଙ୍କ ଦ୍ୱାରା ପୂର୍ବରୁ ରହିଥିବା ମୁଖ୍ୟ ଗ୍ରାଉଣ୍ଡ ଅସମତଳ ବେସ୍‍ କାର୍ଯ୍ୟକୁ ନୂତନ ଭାବେ ପ୍ରସ୍ତୁତ କରାଯାଇଛି। ସେହିପରି ଅଭ୍ୟାସ ଗ୍ରାଉଣ୍ଡରେ ମଧ୍ୟ ନୂତନ ଟର୍ଫ ବିଛାଯାଇଛି। ଉକ୍ତ ଦୁଇ ଗ୍ରାଉଣ୍ଡ ପ୍ରସ୍ତୁତି ହେବା ସହିତ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଖେଳାଳିଙ୍କ ଲାଗି ଉଦ୍ଧିଷ୍ଟ ଡ୍ରେସିଂ ରୁମ୍‍ ନୂତନ ଭାବେ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ରହିଥିବା ଅଭ୍ୟାସ ଗ୍ରାଉଣ୍ଡରେ ଚେଞ୍ଜିଂ ରୁମ୍‍ ଓ ମୁଖ୍ୟ ଗ୍ରାଉଣ୍ଡରେ ଡ୍ରେସିଂରୁମ୍‍ ସମ୍ପୂର୍ଣ୍ଣ ଭାବେ ନୂତନ ରୂପ ନେଇଛି। ଅତ୍ୟାଧୁନିକ ଢାଞ୍ଚାରେ ଡ୍ରେସିଂ ରୁମ୍‍କୁ ନିର୍ମାଣ କରାଯାଇଛି। ଗ୍ୟାଲେରୀରେ ଦର୍ଶକଙ୍କ ଲାଗି ସମ୍ପୂର୍ଣ୍ଣ ଚଊକି ବ୍ୟବସ୍ଥା କରାଯାଇଛି। ଷ୍ଟାଡ଼ିୟମ ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡରେ ଲାଗିଥିବା ଫ୍ଲଡ ଲାଇଟ୍‍ ବଲ୍‍କୁ ବଦଳାଯାଇଛି। ପୂର୍ବରୁ ରହିଥିବା ବଲ୍‍କୁ କଢାଯିବା ସହିତ ନୂତନ ବଲ୍‍ବ ଲଗାଯାଇଛି ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories