www.samajalive.in
Sunday, December 14, 2025
17.1 C
Bhubaneswar

ହାତୀବାରୀରେ ଶିଶୁ ସ୍ବାସ୍ଥ୍ୟ ମେଳା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗl ପଞ୍ଚାୟତ ହାତୀବାରୀ ଗ୍ରାମରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେରେ ଏକ ଶିଶୁ ସ୍ବାସ୍ଥ୍ୟ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜନ୍ମ ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରିକ୍ଷା, ଔଷଧ ପ୍ରଦାନ ଓ ଟୀକାଦାନ ଆଦି କରାଯାଇଥିଲା। ତୁରୁମୁଙ୍ଗା ଡାକ୍ତରଖାନାର ଡାକ୍ତର ସି ଡ଼ି ମୋନାଲିସା ଏବଂ ଆୟୁଷ ଡାକ୍ତର ସସ୍ମିତା ସାହୁ ଶିଶୁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତୁରୁମୁଙ୍ଗା ସରପଞ୍ଚ ସୁଲୋଚନା ନାଏକ ଶିଶୁ ମେଳାକୁ ଉଦଘାଟନ କରିଥିଲେ l ଗ୍ରାମର ଅଙ୍ଗନୱାଡି କର୍ମୀ ଶାନ୍ତିଲତା ନାଏକ, ଶୈଳେନ୍ଦ୍ରି ନାଏକ, ଆଶା ସରସ୍ଵତୀ ନାଏକ ପରିଚାଳନା କରିଥିଲେ। ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଡି ପି ଏମ ଦୀପକ କୁମାର ନାୟକ, ପି ଏଚ‌ ଇଓ ସରୋଜିନୀ ସେଠୀ କାର୍ଯକ୍ରମରେ ଉପସ୍ଥିତ ଥିଲେ। ମହିଳା ସ୍ବାସ୍ଥ୍ୟକର୍ମୀ କୁନ୍ତଳା ମହାନ୍ତ ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories