www.samajalive.in
Monday, December 15, 2025
16.1 C
Bhubaneswar

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା; ୪ ଗିରଫ

ବଲାଙ୍ଗିର/ଦେଓଗାଁ: ବଲାଙ୍ଗିର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଭୁତିଆରବାହାଲରେ ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କଠାରୁ ୨ଲକ୍ଷ ୩୫ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଘଟଣା ଗତ ୪ ତାରିଖ (ବୁଧବାର ଦିନ) ପ୍ରାୟ ୧ଟା ୫୫ ସମୟରେ ଘଟିଥିଲା । ବନ୍ଧପଡ଼ା ଫାଣ୍ଡିରେ ଲୁଟ୍‌ର ଶିକାର ଫାଇନାନ୍ସ କର୍ମଚାରୀ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ସୋମବାର ୪ଜଣ ଲୁଟ୍‌ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଦେଓଗାଁ ଥାନାରେ ବଲାଙ୍ଗିର ଉପଖଣ୍ଡ ପୁଲିସ ଅଧିକାରୀ ତୋଫାନ ବାଗ ଓ ଦେଓଗାଁ ଥାନା ଅଧିକାରୀ ବାମଦେବ ଶଂଖୁଆଳ ସୂଚନା ଦେଇଛନ୍ତି ।

ବରଗଡ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେଲିଆମାଲ ଗାଁର ମକସିର କଲେତ ବଲାଙ୍ଗିର ସ୍ଥିତ ସ୍ପନ୍ଦନ ଫାଇନାନ୍ସ ସଂସ୍ଥାରେ ପରିଚାଳକ(ମ୍ୟାନେଜର) ଭାବେ କାମ କରନ୍ତି । ଗତ ବୁଧବାର ଦିନ କିଛି ସହଯୋଗୀଙ୍କ ସହ ସେ ବନ୍ଧପଡ଼ା, ଭୁତିଆରବାହାଲ ଅଞ୍ଚଳକୁ  କ୍ଷେତ୍ର କର୍ମଚାରୀଙ୍କ ଠାରୁ ଫାଇନାନ୍ସ ଅର୍ଥ ଆଦାୟ କରିବାକୁ ଯାଇଥିଲେ । ସେଠାରୁ ୨ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ଟଙ୍କାଧରି ସେ ସହଯୋଗୀ ମାନଙ୍କ ସହ ଫେରୁଥିଲେ । ସେଠାରୁ ଫେରିବା ବେଳେ ଭୁତିଆରବାହାଲ-କୁଡାସିଂହା ରାସ୍ତାରେ ତାଙ୍କୁ ଅଟକାଇ ଧମକ ଚମକ ଦେବା ସହ ଲୁଟେରାମାନେ ଟଙ୍କା ଲୁଟ୍‌ କରିଥିଲେ । ବନ୍ଧପଡ଼ା ଫାଣ୍ଡିରେ ଶ୍ରୀ କଲେତ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଏସ୍‌.ଆର୍‌.ରଥ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିଥିଲେ ।

- Advertisement -

ଏହାପରେ ଦେଓଗାଁ ଥାନାରେ ସେହିଦିନ ସନ୍ଧ୍ୟାରେ ଆଇପିସିର ୩୯୪ ଓ ୨୫(ମାରଣାସ୍ତ୍ର) ଅନୁସାରେ ୭୩ ନମ୍ବର ମାମଲା ରୁଜୁ କରାଯାଇଥିଲା । ପୁଲିସ ଦଳ ଗଠନ କରାଯାଇ ଖୋଳତାଡ ଆରମ୍ଭ କରାଯାଇଥିଲା । ଏହି ଲୁଟ୍‌ ପଛରେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସଂପୃକ୍ତ ଥିବା ନେଇ ପ୍ରଥମ ସନ୍ଦେହ ସୃଷ୍ଟି ହେଉଥିଲା । ଆଉ ଏହା ପଛରେ ଖୋଳତାଡ କଲା ବେଳେ ସଂସ୍ଥାରେ କାର୍ଯ୍ୟରତ ରମେଶ କୁମ୍ଭାର(ଭୁତିଆରବାହାଲ ନିକଟ ବିଲାସପୁର ଗାଁ) ଓ ବେଲପଡ଼ା ସୁଲେକେଲା ଗାଁର ସୁଶାନ୍ତ ମଲ୍ଲିକଙ୍କୁ ଆଣି ପଚରା ଉଚୁରା କରିଥିଲା । ସେମାନେ ଲୁଟ୍‌ ଯୋଜନା କରିଥିବା କହିଥିଲେ । ଲୁଟ୍‌ର ମୁଖ୍ୟ ଖଳନାୟକ ରମେଶଠାରୁ ୨ଲକ୍ଷ ୪୦ହଜାର ଟଙ୍କା ଉଦ୍ଧାର କରାଯାଇଛି ।

ରମେଶର ସୂଚନା ଆଧାରରେ ଲୁଟ୍‌ରେ ସାମିଲ ଥିବା ବିଲାସପୁର ଗାଁର ସିଦ୍ଧେଶ୍ୱର ସୁନା, ଜିତେନ୍ଦ୍ର ଖାଡିଆଙ୍କୁ ଆଣି ପଚରା ଉଚୁରା କରାଯାଇଥିଲା । ୪ଜଣ ଲୁଟ୍‌ କରିଥିବା ମାନିଥିଲେ । ସେମାନଙ୍କ ନିକଟରୁ ୩ଟି ବାଇକ୍‌, ୫ଟି ମୋବାଇଲ୍‌, ବାଇକ୍‌ ସକ୍‌ ଅପ୍‌ ଗୋଟିଏ, ରମେଶ କୁମ୍ଭାରଠାରୁ ଏକ କ୍ୟାମେରା ଓ ଲାପ୍‌ଟପ୍‌ ପୁଲିସ ଜବତ କରିଛି । ଟଙ୍କା ଲୁଟ୍‌ ପରେ ଲୁଟେରାମାନେ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା ଓ ଭାଗିରଥୀ ଛକ ସ୍ଥିତ ଏକ୍ସିସ୍‌ ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିଥିବା ଜଣାପଡିଥିଲା । ସୋମବାର ପୁଲିସ ଟିମ୍‌ ସେମାନଙ୍କୁ ବଲାଙ୍ଗିର ଏସ୍‌ବିଆଇ ଓ ଏକ୍ସିସ୍‌ ବ୍ୟାଙ୍କକୁ ଆଣି କେମିତି କ’ଣ ସେମାନେ ଜମା କଲେ, କାହା ଆକାଉଣ୍ଟରେ ଜମା କରାଇଲେ ତାହା ଖୋଳତାଡ କରିଥିଲେ । ଗିରଫ ୪ଜଣଙ୍କୁ ଦେଓଗାଁ ପୁଲିସ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ବଲାଙ୍ଗିର କାରଗାରକୁ ପଠାଇ ଦିଆଯାଇଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories